ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲଙ୍କ ନୂଆ ଚାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲଙ୍କ ନୂଆ ଚାଲ୍‌

naxal1

ମାଲକାନଗିରି (ଜିତେନ୍ଦ୍ର ବେଉରା): ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲ ଆପଣାଇଛନ୍ତି ନୂଆ ରଣନୀତି। ନଡ଼ାରେ ତିଆରି କରିଛନ୍ତି ବଡ଼ ବଡ଼ ପିତୁଳା ବା କଣ୍ଢେଇ। ସେଗୁଡ଼ିକୁ ପ୍ୟାଣ୍ଟସ୍ୟାର୍ଟ ପିନ୍ଧାଇ ଦେଇଛନ୍ତି ଏବଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ରଖିଛନ୍ତି। କଣ୍ଢେଇଗୁଡ଼ିକୁ ସେମାନେ ଗଛରେ ବାନ୍ଧି ଦେଇଛନ୍ତି। ତା’ସହିତ ସେମାନଙ୍କ ହାତରେ ଧରାଇ ଦେଇଛନ୍ତି ବନ୍ଧୁକର ପ୍ରତିକୃତି, ଯାହା କାଠରେ ତିଆରି। ଏଗୁଡ଼ିକୁ ଆକ୍ରମଣାତ୍ମକ ଢଙ୍ଗରେ ରଖାଯାଇଛି। ହଠାତ୍ ନଜର ପଡ଼ିଗଲେ, ଯେ କହି ବି ଚମକି ପଡ଼ିବ।

naxal2ଛତିଶଗଡ଼ର ସୁକମା ଓ ଦନ୍ତେୱାଡ଼ା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଜଙ୍ଗଲ ଭିତରୁ ଏଭଳି ୪ଟି କଣ୍ଢେଇ ଜବତ କରାଯାଇଛି।

naxal3ନକ୍ସଲ ଭାବି ସୁରକ୍ଷାକର୍ମୀମାନେ ଏଗୁଡ଼ିକୁ ଆକ୍ରମଣ କରିବାକୁ ଯୋଜନା କଲା ବେଳେ ସେମାନଙ୍କ ଉପରେ ଅଚାନକ ଆକ୍ରମଣ କରିବାକୁ ନକ୍ସଲମାନେ ଏମିତି ଯୋଜନା ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି।

naxal5ନକ୍ସଲ ସଂଗଠର ନୂଆ ମହାସଚିବ ଭାବେ ଦାୟିତ୍ୱ ନେଇଛନ୍ତି କେଶବ ରାଓ। ବୋମା ଖଞ୍ଜିବାରେ ମାହିର କେଶବ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଛି।

naxal00



from Odisha Reporter https://ift.tt/2Q5azVe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages