ପଶ୍ଚିମ ଓଡ଼ିଶା ‘ମହାବନ୍ଦ’ର ଆଜି ଦ୍ୱିତୀୟ ଦିନ; ୫ ଜିଲ୍ଲା ପ୍ରଭାବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ପଶ୍ଚିମ ଓଡ଼ିଶା ‘ମହାବନ୍ଦ’ର ଆଜି ଦ୍ୱିତୀୟ ଦିନ; ୫ ଜିଲ୍ଲା ପ୍ରଭାବିତ

deogarh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଦିଆଯାଇଥିବା ମହାବନ୍ଦ ଡାକରାର ଆଜି ହେଉଛି ଦ୍ୱିତୀୟ ଦିନ। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି।

ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ଏହି ମହାବନ୍ଦରେ ସାମିଲ ହୋଇଛନ୍ତି। ତେବେ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଏଥିରେ ସାମିଲ ହୋଇନାହିଁ। ସେହିଭଳି ବରଗଡ଼ ଓ ରାଉରକେଲା ସହରରେ ମହାବନ୍ଦର ପ୍ରଭାବ ପଡ଼ିନାହିଁ।

ମହାବନ୍ଦ ଯୋଗୁ ଗତକାଲି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଆଜି ବି ଏମିତି ସ୍ଥିତି ରହିଛି।

ମହାବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଥିଲେ ମଧ୍ୟ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି।

jharsugudaଦୁଇ ଦିନିଆ ମହାବନ୍ଦ ପରେ ବି ଯଦି ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆ ନ ଯାଏ, ତା’ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିକୁ ଦୃଢ଼ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ସେ କହିଛନ୍ତି, ଆନ୍ଦୋଳନ ଚାଲିଛି। ଏହି ସ୍ୱପ୍ନ କେବେ ପୂରଣ ହେବ, ତାହା ଆଗାମୀ ସମୟ ହିଁ କହିବ। ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର କହୁଛନ୍ତି ଯେ, ଏଥିନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି, ତଥାପି ତାହା ସ୍ପଷ୍ଟ ହୋଇପାରୁ ନାହିଁ। କେନ୍ଦ୍ରକୁ ହାଇକୋର୍ଟ ରିପୋର୍ଟ ଦେଇନାହାନ୍ତି। ବେଞ୍ଚ୍ ପ୍ରତିଷ୍ଠା କେଉଁଠି ହେବ, ରାଜ୍ୟ ସରକାର ତାହା ସ୍ଥିର କରିପାରୁ ନାହାନ୍ତି। ଏହା ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବର ପ୍ରମାଣ ବୋଲି ବିରୋଧୀ ଦଳ ନେତା କହିଛନ୍ତି।



from Odisha Reporter https://ift.tt/2rdSeXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages