ବସ୍‌ରେ ବସି ବାଘ ଦେଖିବାର ମଜା ନେଉଥିଲେ, କିନ୍ତୁ ଘଟିଲା ଏମିତି ଘଟଣା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ବସ୍‌ରେ ବସି ବାଘ ଦେଖିବାର ମଜା ନେଉଥିଲେ, କିନ୍ତୁ ଘଟିଲା ଏମିତି ଘଟଣା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଜଙ୍ଗଲରେ ବାଘ ହାବୁଡ଼ରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି କିଛି ପର୍ଯ୍ୟଟକ। ପର୍ଯ୍ୟଟକମାନେ ଏକ ଖୋଲା ବସ୍‌ରେ ମହାରାଷ୍ଟ୍ରର ତଡ଼ୋବା ନ୍ୟାଶନାଲ ପାର୍କର ଜଙ୍ଗଲ ସଫାରୀରେ ବୁଲୁ ଥିଲେ। ଏହି ସମୟରେ ଏକ ବାଘ ହଠାତ ସେମାନଙ୍କ ଉପରକୁ ଲମ୍ଫ ମାରିଥିଲା। ତେବେ ଡ୍ରାଇଭର ଜଣଙ୍କ ବୁଦ୍ଧି ପ୍ରୟୋଗ କରି ଗାଡ଼ିର ବେଗ ବଢ଼ାଇ ଦେଇଥିଲେ। ହେଲେ ବାଘଟି ବେଶ କିଛି ସମୟ ବସ୍‌ ପଛରେ ଦୌଡ଼ି ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା।

ଶେଷରେ ପର୍ଯ୍ୟଟକମାନେ ହିଂସ୍ର ବାଘଟିର ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ଘଟଣାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଭୟଭୀତ ହୋଇଥିବା ପର୍ଯ୍ୟଟକମାନେ ଶେଷରେ ରକ୍ଷା ପାଇବା ପରେ କିଭଳି ଆଶ୍ୱସ୍ତିର ହସ ହସୁଛନ୍ତି, ତା’ର ଦୃଶ୍ୟ ରହିଛି।

ଜଙ୍ଗଲ ସଫାରୀ କର୍ତ୍ତୃପକ୍ଷ କହିଛନ୍ତି ଘଟଣାଟି ରବିବାର ଦିନର। ସାଢ଼େ ୩ ବର୍ଷର ବାଘ ‘ମଧୁ’ ପର୍ଯ୍ୟଟକଙ୍କୁ ଏଭଳି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହି ଘଟଣା ପରେ ଗୋଟିଏ ସପ୍ତାହ ପାଇଁ ସଫାରୀକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2DBL1Zm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages