ସାବରୀମାଲା ବିବାଦ: ନିଜ ରାୟର ପୁନଃସମୀକ୍ଷା କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ସାବରୀମାଲା ବିବାଦ: ନିଜ ରାୟର ପୁନଃସମୀକ୍ଷା କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଥିରୁଭନନ୍ତପୁରମ୍‌: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ପାଇଁ ଦେଇଥିବା ଅନୁମତି ପୁଣିଥରେ ବିଚାର କରିବାକୁ ଆଜି ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

ଶହଶହ ବର୍ଷ ଧରି ପ୍ରଭୁ ଆୟପ୍ପାଙ୍କ ଦର୍ଶନରୁ ମାସିକ ଋତୁଶ୍ରାବର ସମ୍ମୁଖୀନ ହେଉଥିବା ମହିଳାମାନେ ବଞ୍ଚିତ ହେଉଥିଲେ। ତେବେ ସୁପ୍ରିମକୋର୍ଟ ଏହି ପରମ୍ପରାକୁ ଭାଙ୍ଗିଥିଲେ। କିନ୍ତୁ ଏହା ବିରୋଧରେ ୪୯ଟି ଆବେଦନ ହେବାରୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଆସନ୍ତା ଜାନୁଆରୀ ୨୨ରେ ଏହାର ପରବର୍ତ୍ତୀ ଶୁଣାଣି ଓପନ କୋର୍ଟରେ କରାଯିବ ବୋଲି କହିଛନ୍ତି।

ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି କହିଥିଲେ। କିନ୍ତୁ ଏହାକୁ ବିରୋଧ କରି ସେବେଠାରୁ ଶହଶହ ଲୋକ ସାବରୀମାଲା ମନ୍ଦିର ଆଗରେ ବିକ୍ଷୋଭ କରିବା ସହ ୧୦ରୁ ୫୦ ବର୍ଷର ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ।

ଏହାକୁ ନେଇ ବେଶ ଛକାପଞ୍ଝା ଏବଂ ରାଜନୀତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା। ଶେଷରେ ମାମଲା ପୁଣିଥରେ ସୁପ୍ରିମକୋର୍ଟରେ ଆସି ପହଞ୍ଚିଛି।



from Odisha Reporter https://ift.tt/2qJ3HxO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages