
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଆପଣଙ୍କ ଗୋଇଠି ବାରମ୍ୱାର ଫାଟୁଛି କି ? ଏଥିପାଇଁ ଆପଣ ଚିନ୍ତାରେ ରହୁଥିବେ। ଏହାକୁ ଭଲ କରିବା ପାଇଁ ବଜାରରୁ ଔଷଧ ମଧ୍ୟ କିଣୁଥିବେ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ? ଜ୍ୟୋତିଷ ଶାସ୍ତ୍ରରେ ଗୋଇଠି ଫାଟିବାକୁ ଅଶୁଭ ବୋଲି କୁହାଯାଇଛି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନି ଦଶା ରହିଥାଏ, ସେମାନଙ୍କ ଗୋଡ଼ ଗୋଇଠି ବାରମ୍ବାର ଫାଟିବା ସମସ୍ୟା ସୃଷ୍ଟି ହୋଇଥାଏ।
ଏଥିପାଇଁ ଯଦି ଆପଣଙ୍କ ଗୋଇଠି ଫାଟୁଛି, ଶନିଙ୍କୁ ଶାନ୍ତ କରିବାର ଉପାୟ ସ୍ଥିର କରନ୍ତୁ।
ଆପଣ ଏପରି କିଛି ବ୍ୟକ୍ତିଙ୍କୁ ମଧ୍ୟ ଦେଖିଥିବେ, ଯେଉଁମାନେ ଭୂମିରେ ଗୋଡ଼ ଘୋଷାଡ଼ି ଚାଲିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ଶନି, ରାହୁ ଓ କେତୁ ତିନୋଟି ଦଶା ଦୁର୍ବଳ ଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ନିରାକରଣ ଉପାୟ ବିଷୟରେ କୁହାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଅନ୍ୟମାନଙ୍କ ସେବା କରିବା ଦ୍ୱାରା ହିଁ ନିଜ କୁଣ୍ଡଳୀରେ ଏହି ସମସ୍ତ ଗ୍ରହର ଦଶାକୁ ମଜବୁତ୍ କରିପାରିବେ।
ଏହା ସହିତ ଗରିବଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି କିଛି ଲୋକଙ୍କ ପାଦ ସର୍ବଦା ଥଣ୍ଡା ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ଥିବାରୁ ଏପରି ସମସ୍ୟା ଦେଖାଯାଇଥାଏ। ଏହା ସହିତ କେତୁ ଗ୍ରହର ସ୍ଥିତି ଅଶୁଭ ରହିଲେ, ପାଦ ଗରମ ହେବା ପରି ସମସ୍ୟା ସୃଷ୍ଟି ହୋଇଥାଏ। କିଛି ଲୋକଙ୍କ ପାଦରେ ସର୍ବଦା ଆଘାତ ଲାଗିଥାଏ। କୁହାଯାଏ କୁଣ୍ଡଳୀରେ ରାହୁ ଦୁର୍ବଳ ଥିଲେ, ଏପରି ସମସ୍ୟା ଦେଖାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କୁ ଶାନ୍ତ କରିବା ପାଇଁ ଅନେକ ଉପାୟ କୁହାଯାଇଛି। ଆପଣ ଏହି ସବୁ ଉପାୟ ଅବଲମ୍ୱନ କରି ଗ୍ରହମାନଙ୍କୁ ଶାନ୍ତ କରିପାରିବେ।
from Odisha Reporter https://ift.tt/2Bx8loS
No comments:
Post a Comment