୨୨୧ ମିଟର ଉଚ୍ଚ ରାମ ପ୍ରତିମୂର୍ତ୍ତି ନିର୍ମାଣ କରିବେ ଉତ୍ତରପ୍ରଦେଶ ସରକାର, ଦେଖନ୍ତୁ ଉନ୍ମୋଚିତ ନମୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

୨୨୧ ମିଟର ଉଚ୍ଚ ରାମ ପ୍ରତିମୂର୍ତ୍ତି ନିର୍ମାଣ କରିବେ ଉତ୍ତରପ୍ରଦେଶ ସରକାର, ଦେଖନ୍ତୁ ଉନ୍ମୋଚିତ ନମୁନା

ଲକ୍ଷ୍ନୌ: ବିରୋଧୀଦଳଙ୍କ ବିରୋଧ ସତ୍ତ୍ୱେ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାରେ ପ୍ରତିଷ୍ଠା ପାଇବାକୁ ଥିବା କାଂସ୍ୟ ପ୍ରତିମୂର୍ତ୍ତିର ଉନ୍ମୋଚନ କରାଇଛନ୍ତି। ଏହି ପ୍ରତିମୂର୍ତ୍ତି ୨୨୧ ମିଟର ଉଚ୍ଚର ହେବ ଏବଂ ଏହା ହେବ ପୃଥିବୀର ସର୍ବୋଚ୍ଚ ମୂର୍ତ୍ତି।

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କେବଳ ମୂର୍ତ୍ତି ୧୫୧ମିଟର ଉଚ୍ଚର ହେବ, ଏହା ଉପରେ ଏକ ଛତା ରହିବ ଯାହାର ଉଚ୍ଚତା ୨୦ ମିଟର ରହିବ ଆଉ ମୂଳପିଣ୍ଡି ୫୦ ମିଟର ଉଚ୍ଚତାର ରହିବ। ମୂଳପିଣ୍ଡିରେ ଏକ ସଂଗ୍ରହାଳୟ ମଧ୍ୟ ରହିବ।

ପ୍ରତିମୂର୍ତ୍ତି ନିର୍ମାଣନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୫ଟି କମ୍ପାନୀର ଏକ ତାଲିକା ଦିଆଯାଇଛି। ଏଥିପାଇଁ ମାଟି ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି।

ରବିବାର ଶିବସେନା ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଟାର୍ଗେଟ୍‌ କରି ତରବରିଆଭାବେ ଏହି ଘୋଷଣା କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮୨ ମିଟର ଉଚ୍ଚ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ଯାହାକୁ ‘ଷ୍ଟାଚ୍ୟୁ ଅପ୍‌ ୟୁନିଟି’ ନାମରେ ନାମିତ କରାଯାଇଛି। ଏହାପରେ ଭଗବାନ ଶୀରାମଚନ୍ଦ୍ରଙ୍କ ମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ଠାରୁ ଉଚ୍ଚ ହେବାର ଆବଶ୍ୟକ ରହିଛି ବୋଲି ବିଭିନ୍ନ ଆଡ଼ୁ ଦାବି ହୋଇଥିଲା।



from Odisha Reporter https://ift.tt/2KvSGJs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages