
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଧନ୍ତେରସ୍ ତ୍ରୟୋଦଶୀ। ଏହି ପବିତ୍ର ଦିନରେ ସୁନା ଓ ରୁପାର ସାମଗ୍ରୀ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଏବଂ ପରିବାରରେ ସୁଖ ଓ ସମୃଦ୍ଧି ବଜାୟ ରହିବାର ବିଶ୍ୱାସ ରହିଛି। ଖାସ୍ ଏପରି କିଛି ବିଶ୍ୱାସ ଯୋଗୁ ଧନ୍ତେରସ୍ରେ କିଣାକିଣି ପାଇଁ ଲୋକେ ଗହଣା ଦୋକାନରେ ଭିଡ଼ ଜମାଇଛନ୍ତି। ଆଉ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାୟ ସବୁ ଗହଣା ଦୋକାନ ପକ୍ଷରୁ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର୍ ମଧ୍ୟ ଦିଆଯାଉଛି। ଗତବର୍ଷ ତୁଳନାରେ ଏଥର ସୁନା ଦର ଅଧିକ ଥିବା ସତ୍ତ୍ୱେ ଅଳଙ୍କାର ବିକ୍ରି ଉପରେ ଏହାର ସେଭଳି କିଛି ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ଗହଣା ଦୋକାନଗୁଡ଼ିକରେ ଧନ୍ତେରସ୍ ଅବସରରେ ଖଚାଖଚ୍ ଭିଡ଼ ଲାଗିଛି।
ସୋମବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୩୧ ହଜାର ୮୩୦ ଟଙ୍କା ଥିବା ବେଳେ ରୁପା କିଲୋ ପ୍ରତି ୪୦ ହଜାର ଟଙ୍କା ରହିଛି।
ଧନ୍ତେରସ୍ ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଅଳଙ୍କାର ଦୋକାନଗୁଡ଼ିକ ମଧ୍ୟ ଲୋଭନୀୟ ଅଫର୍ ଦେଉଛନ୍ତି। କେଉଁଠି ଗ୍ରାହକଙ୍କୁ ଗଢ଼ା ମଜୁରୀ ଉପରେ ରିହାତି ଦିଆଯାଉଛି ତ ଆଉ କେଉଁଠି ଗୋଲ୍ଡ ଓ ସିଲଭର୍ କଏନ୍ର ଅଫର୍ ରହିଛି। ଏହା ସହ ବିଭିନ୍ନ ଦୋକାନରେ ଲକି ଡ୍ର’ର ଅଫର୍ ମଧ୍ୟ ରହିଛି।
from Odisha Reporter https://ift.tt/2PJXXC0
No comments:
Post a Comment