ଏଠି ପାଦ ଶୁଙ୍ଘି ୩୪ ଲକ୍ଷ ପର୍ଯ୍ୟନ୍ତ ଆୟ କରନ୍ତି ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଏଠି ପାଦ ଶୁଙ୍ଘି ୩୪ ଲକ୍ଷ ପର୍ଯ୍ୟନ୍ତ ଆୟ କରନ୍ତି ଲୋକେ

ନୂଆଦିଲ୍ଲୀ:ଆଜି ଆମେ ଏମିତି ଏକ ଦେଶ ବିଷୟରେ କହିବୁ ଯିଏ ନିଜ ବେପାର ବଣିଜ ବଳରେ ପୂରା ବିଶ୍ୱରେ ପରିଚିତ। ଆଧୁନିକ ଦୁନିଆରେ ଆମେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଏହି ଦେଶରେ ତିଆରି ହୋଇଥାଏ। ଦୁନିଆର ସବୁଠୁ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ଉନ୍ନତି ପଥରେ ବହୁ ଆଗରେ ରହିଛି। ଭାରତରେ ବିକ୍ରି ହେଉଥିବା ସର୍ବାଧିକ ଫୋନ୍‌ ଏବଂ ଇଲେକଟ୍ରୋନିକ୍‌ ସାମଗ୍ରୀ ଏହି ଦେଶରେ ତିଆରି ହୋଇଥାଏ। ଏହି ଦେଶ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ରହିଛି ଯାହା ଆପଣ ଜାଣି ନ ଥିବେ। ହଁ ଆମେ କହୁଛେ ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ୍‌ ବିଷୟରେ। ତେବେ ଆସନ୍ତୁ ଜାଣିବା ଚୀନ୍‌କୁ ନେଇ କିଛି ରୋଚକ ତଥ୍ୟ।

  • ବିଭିନ୍ନ ପ୍ରଡକ୍ଟର ନକଲ କରିବା ଚୀନ୍‌ ମାହିର। ଏପରିକି ଚୀନ୍‌ରେ ନକଲି ଅଣ୍ଡା ଫ୍ୟାକ୍ଟ୍ରି ମଧ୍ୟ ରହିଛି। ଆଉ ଜଣେ ବ୍ୟକ୍ତି ଦିନକୁ ୧୫୦୦ ନକଲି ଅଣ୍ଡା ତିଆରି କରିପାରେ।
  • ଚୀନ୍‌ରେ ଆପଲ କମ୍ପାନୀର ଫେକ୍‌ ପ୍ରଡକ୍ଟ ହାଉସ୍‌ ରହିଛି। ଯେଉଁଠି କର୍ମଚାରୀମାନେ ଆପଲ କମ୍ପାନୀର ଡ୍ରେସ୍‌କୋଡ ପିନ୍ଧି କାମ କରିଥାନ୍ତି। ଯେମିତି କାହାକୁ ସନ୍ଦେହ ନହେବ।
  • ଚୀନ୍‌ରେ ପ୍ରତି ବର୍ଷ ୨୨ ଲକ୍ଷ ସିଗାରେଟ୍ ପିଆଯାଏ। ଯେଉଁଥିରେ ୪ ଲକ୍ଷ ସିଗାରେଟ୍‌ ନକଲି ହୋଇଥାଏ।
  • ୨୦୦୬ରେ କୁକୁର କାମୁଡ଼ାରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ୫୦,୦୦୦ କୁକୁରଙ୍କୁ ପିଟି ପିଟି ମାରି ଦିଆଯାଇଥିଲା। ଏପରିକି ଯଦି କୌଣସି କୁକୁର ତାଙ୍କ ମାଲିକ ସଙ୍ଗେ ବୁଲୁଥିବାର ଦେଖାଯାଉଥିଲା ତେବେ ସେହିଠାରେ ହିଁ ତାକୁ ପିଟିପିଟି ମାରି ଦିଆଯାଉଥିଲା।
  • ଚୀନ୍‌ର ଲୋକମାନେ କିଛି ବି ଖାଇପାରନ୍ତି। ଏହି ଦେଶରେ  ଦିନକୁ ୧୦,୦୦୦ ବିଲେଇ ଖିଆଯାଇଥାଏ।
  • ଚୀନ୍‌ରେ ମଧ୍ୟ ଅଜବ ବିଶ୍ୱାସ ରହିଛି। ଏଠିକାର ଲୋକେ ପାଦ ଶୁଙ୍ଘି ଥାନ୍ତି। ଅନେକ ପ୍ରଫେସନଲା ଲୋକେ ପାଦ ଶୁଙ୍ଘି  ୩୪ ଲକ୍ଷ ପର୍ଯ୍ୟନ୍ତ କମେଇ ଦିଅନ୍ତି।
  • ବିଶ୍ୱର ସବୁଠୁ ଫାଶୀଦଣ୍ଡ ଦେଉଥିବା ରାଷ୍ଟ୍ର ମଧ୍ୟରେ ଚୀନ୍‌ ଅନ୍ୟତମ। ଏହାକୁ ନେଇ ଏଠାରେ ଏକ ଜନପ୍ରିୟ ଟିଭି ଶୋ’ ରହିଛି। ଯାହାକୁ ଫାଶୀଦଣ୍ଡାଦେଶ ହୋଇଥାଏ ତାଙ୍କର ଇଣ୍ଟର୍ଭ୍ୟୁ ନିଆଯାଇଥାଏ।
  • ଚୀନ୍‌ରେ ୨୦୦୯ରେ ଫେସବୁକ୍‌, ୟୁଟ୍ୟୁବ୍‌, ଟ୍ୱିଟର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ବଦଳରେ ଚୀନ୍‌ର ନିଜସ୍ୱ ସୋଶାଲ୍‌ ମିଡିଆ ଆପ୍‌ସ୍‌ ବ୍ୟବହାର କରାଯାଉଛି।


from Odisha Reporter https://ift.tt/2qs6bjU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages