ଛତିଶଗଡ଼ ସରକାରଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୬୨ ମାଓବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଛତିଶଗଡ଼ ସରକାରଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୬୨ ମାଓବାଦୀ

ରାୟପୁର: ନକ୍ସଲଙ୍କ ବିରୋଧରେ ଛତିଶଗଡ଼ ସରକାର ଆରମ୍ଭ କରିଥିବା ଦମନ ଅଭିଯାନକୁ ଆଜି ବଡ଼ ସଫଳତା ମିଳିଛି। ଆଜି ଗୋଟିଏ ଦିନରେ ୬୨ ଜଣ ମାଓବାଦୀ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏଭଳି ଏତେ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବସ୍ତର ଜିଲ୍ଲା ଆଇଜି ବିବେକାନନ୍ଦ ସିହ୍ନା ଓ ନାରାୟଣପୁର ଏସ୍‌ପି ଜିତେନ୍ଦ୍ର ଶୁକ୍ଳାଙ୍କ ଉପସ୍ଥିତିରେ ମାଓବାଦୀମାନେ ଆତ୍ମସମର୍ପଣ କରିବା ସହ ସେମାନେ ବ୍ୟବହାର କରୁଥିବା ୫୧ଟି ଦେଶୀ ବନ୍ଧୁକଙ୍କୁ ମଧ୍ୟ ପୁଲିସ୍‌କୁ ଦେଇଛନ୍ତି।

ଏମାନେ ସିପିଆଇ (ମାଓବାଦୀ)ର କୁଟୁଲ କମିଟି ଅଧୀନରେ କାର୍ଯ୍ୟ କରୁଥିଲେ। ଆଗକୁ ଛତିଶଗଡ଼ ନିର୍ବାଚନ ଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଥିଲେ।

କିନ୍ତୁ ଆଜି ଏତେ ସଂଖ୍ୟକ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମନବଳାଇବା ନିଶ୍ଚିତ ପକ୍ଷେ ଉଭୟ ପୁଲିସ୍‌ ଓ ପ୍ରଶାସନକୁ କିଛି ପରିମାଣର ଆଶ୍ୱସ୍ତ କରିଛି। ଏହା ବର୍ତ୍ତମାନର ସରକାର ବଡ଼ ସଫଳତା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2D6SUF9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages