ଆଲ୍‌ମୀରା ବଦଲାଇବ ଆପଣଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଆଲ୍‌ମୀରା ବଦଲାଇବ ଆପଣଙ୍କ ଭାଗ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ସାଧାରଣତଃ ପ୍ରତ୍ୟକ ବ୍ୟକ୍ତି ଘରର ସବୁ ଜିନିଷକୁ ବାସ୍ତୁ ଅନୁସାରେ ରଖିଥାନ୍ତି। କୁହାଯାଏ ଏପରି କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ସେହିପରି ଘରର ଗୋଟିଏ ଜିନିଷ ହେଉଛି ଆଲ୍‌ମୀରା। ଯଦି ଆପଣ ଏହାକୁ ବାସ୍ତୁ ଅନୁସାରେ ସଠିକ୍‌ ସ୍ଥାନରେ ରଖିବେ ନାହିଁ, ତେବେ ଆପଣଙ୍କର ଆର୍ଥିକ କ୍ଷତି ହେବା ସହିତ ଜୀବନରେ ଅନେକ ସମସ୍ୟା ଦେଖାଯିବ।

ଆଲ୍‌ମୀରା ଠିକ୍‌ ସ୍ଥାନରେ ରଖିଲେ ଘରେ ଧନସମ୍ପତିର ବୃଦ୍ଧି ହେବା ସହିତ ପରିବାର ଲୋକଙ୍କର ଆର୍ଥିକ ଉନ୍ନତି ହୋଇଥାଏ।
ଆଲ୍‌ମୀରାକୁ ଘରର ଉତ୍ତରପଟ କାନ୍ଥକୁ ଲଗାଇ ରଖିଲେ, ଏହାର ମୁହଁ ଦକ୍ଷିଣ ଦିଗକୁ ରହିଥାଏ। ବାସ୍ତୁ ଅନୁସାରେ ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।
ବାସ୍ତୁ ଅନୁସାରେ ଉତ୍ତର ଦିଗରେ ଧନର ଦେବତା କୁବେର ବାସ କରିଥାନ୍ତି। ତେଣୁ ଏହି ଦିଗରେ ଆଲ୍‌ମୀରା ରଖିଲେ, ଧନରତ୍ନ ସଞ୍ଚିତ ହୋଇଥାଏ।
ଯଦି ଆପଣ ଆଲ୍‌ମୀରାକୁ ପଶ୍ଚିମ ପଟକୁ ରଖୁଛନ୍ତି, ତେବେ ଏହାର ମୁହଁ ପୂର୍ବ ଆଡ଼କୁ ରହିବ। ପୂର୍ବ ଦିଗର ସ୍ୱାମୀ ଇନ୍ଦ୍ର ହୋଇଥିବାରୁ ଏହି ଦିଗରେ ଆଲ୍‌ମୀରା ରଖିଲେ ଧନର ବୃଦ୍ଧି ହୋଇଥାଏ।

ବାସ୍ତୁଶାସ୍ତ୍ରରେ ଏହି ଦିଗକୁ ଉନ୍ନତିର ଦିଗ ବୋଲି କୁହାଯାଏ। ତେଣୁ ଏହି ଦିଗରେ ଆଲ୍‌ମୀରା ରଖିଲେ ଉନ୍ନତି ହୋଇଥାଏ। ପଶ୍ଚିମ ଓ ଦକ୍ଷିଣ ଦିଗକୁ ମୁହଁ କରି ଆଲ୍‌ମୀରା ରଖନ୍ତୁ ନାହିଁ। ଏହି ଦିଗକୁ ମୁହଁ କରି ରଖିଲେ ଧନସମ୍ପତିର କ୍ଷୟ ହୋଇଥାଏ ଏବଂ ଧନ ସଞ୍ଚୟ କରିବା କଷ୍ଟକର ହୋଇଥାଏ। କାରଣ ଏହି ଦିଗର ସ୍ୱାମୀ ବରୁଣ, ତେଣୁ ଏହି ଦିଗକୁ ମୁହଁ କରି ଆଲ୍‌ମୀରା ରଖନ୍ତୁ ନାହିଁ।

ଆଲ୍‌ମୀରାକୁ କେବେ ବି ଖାଲି କରି ରଖନ୍ତୁ ନାହିଁ। ପୋଷାକ ସହିତ ଆଲ୍‌ମୀରାରେ ଗଣେଶ, ସରସ୍ୱତୀଙ୍କ ମୂର୍ତ୍ତି ଓ ରୂପା ଟଙ୍କା ରଖନ୍ତୁ।
ଆଲ୍‌ମୀରା ରଖୁଥିବା ସ୍ଥାନରେ ତଳ ସର୍ବଦା ସଫା ରଖନ୍ତୁ। କାରଣ ଆଲ୍‌ମୀରାରେ ମା’ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସଫାସୁତୁରା ନଥିବା ସ୍ଥାନରେ ମା’ ରୁହନ୍ତି ନାହିଁ। ଏହିପରି ବାସ୍ତୁ ଅନୁସାରେ ଧରେ ଆଲ୍‌ମୀରା ରଖିବା ଦ୍ୱାରା ଧନ ବୃଦ୍ଧି ହେବା ସହିତ ଶୁଭଫଳ ମଧ୍ୟ ମିଳିଥାଏ।



from Odisha Reporter https://ift.tt/2SVkMS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages