ଭାଗ୍ୟ ଭଲ, ନ ହେଲେ କାଲୁଣି ହୋଇଯାଇଥାନ୍ତେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଭାଗ୍ୟ ଭଲ, ନ ହେଲେ କାଲୁଣି ହୋଇଯାଇଥାନ୍ତେ !

ନୂଆଦିଲ୍ଲୀ: ବିଛାକୁ ଆମେ ଡରୁ। ପାଖକୁ ଯିବାତ ଦୂରର କଥା ତାକୁ ଦେଖିଲେ ପିଳେହି ପାଣି। କିନ୍ତୁ ଥରେ ଭାବିଲେ ଯଦି ବିଛା କାନରୁ ବାହାରିଲା। ଆଉ ଯଦି ସେ ବାହାରିଲା ବେଳେ ଜିବୀତ ଥାଏ, ତା ହେଲେ?

ବଡ଼ ଅଜବ କଥା କହୁଛୁ ବୋଲି ଆପଣ ଭାବୁଥାଇ ପାରନ୍ତି। ହେଲେ ଏଇଟା ଆଦୌ ଅଜବ କଥା ନୁହେଁ, ନିରାଟ ସତ କଥା।

ଘଟଣାଟି ହେଉଛି ତାଇୱାନ୍‌ର। ଏଠାକାର ୫୨ ବର୍ଷୀୟ ଜଣେ ମହିଳା କିଛି ଦିନ ଧରି କାନ ଯନ୍ତ୍ରଣାରେ ପୀଡିତ ଥିଲେ। ତାଙ୍କୁ ଲାଗୁଥିଲା ଯେ, କାନରେ କିଛି ଏମିତି ଅଛି ଯାହା ଯିବା ଆସିବା କରୁଛି। ଏଥିପାଇଁ ସେ ଡାକ୍ତରଙ୍କ ସହିତ ଯୋଗାଯୋଗ କଲେ। ଡାକ୍ତର ପରୀକ୍ଷା ପରେ ଜାଣିବାକୁ ପାଇଲେ ଯେ, ମହିଳାଙ୍କ କାନରେ କୌଣସି ଅଜଣା ପୋକ ରହିଛି। ପରେ କାନର ଏକ୍ସ-ରେ କରାଗଲା। ଆଉ ଜଣାପଡିଲା କାନରେ ବିଛା ଅଛି।

ଏହାପରେ ତାଇୱାନ୍‌ ଡାକ୍ତର କୌଶଳ କ୍ରମେ ଏହାକୁ ଅପରେସନ୍‌ କରି ବାହାର କରିବାରେ ସଫଳ ହେଲେ।

ଆଶ୍ଚର୍ଯ୍ୟର କଥା ହେଉଛି, ଅପରେସନ୍‌ ପରେ ବାହାରିଥିବା ୪ ଇଞ୍ଚିଆ ବିଛାଟି  ଜୀବିତ ଥିଲା। ମହିଳା ଜଣକ ସମୟ ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିଥିବାରୁ ତାଙ୍କ କାନରେ ମଧ୍ୟ କୌଣସି କ୍ଷତି ହୋଇନାହିଁ ଏବଂ ସେ ଠିକ୍‌ ଭାବରେ ଶୁଣି ପାରୁଛନ୍ତି ବୋଲି ଡାକ୍ତର କହିଛନ୍ତି।



from Odisha Reporter https://ift.tt/2AHZkcb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages