
ମୁମ୍ବାଇ: ହ୍ୱାଟସ୍ଆପରେ ପର୍ଣ୍ଣ ଗ୍ରୁପ୍ ଖୋଲି ଅନ୍ୟମାନଙ୍କୁ ଭିଡିଓ ଏବଂ ମେସେଜ ପଠାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଯୁବକ ଜଣଙ୍କ ଗ୍ରୁପ୍ର ଆଡମିନ୍ ସାଜି ମହିଳାମାନଙ୍କ ସେମାନଙ୍କ ବିନା ସହମତିରେ ପର୍ଣ୍ଣ ଭିଡିଓ ପଠାଉଥିଲେ। ଏହି ନେଇ କିଛି ମହିଳା ଅଭିଯୋଗ କରିବା ପରେ ପୁଲିସ୍ ଗ୍ରୁପ୍ ଆଡମିନଙ୍କୁ ଏବେ ଗିରଫ କରିଛି।
ଗିରଫ ଯୁବକ ଜଣଙ୍କର ନାଁ ମୁସ୍ତାକ ଅଲ୍ଲୀ ଶେଖ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗର ମୂଳ ବାସିନ୍ଦା। ପୁଲିସ୍ ମୁସ୍ତାକଙ୍କୁ ଗିରଫ କରିବା ପରେ ଏହା ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍ଙ୍କ ପାଇଁ ଭଲ ଶିକ୍ଷା ଦେବ ବୋଲି କହିଛି।
ଜଣେ ମହିଳା କହିଛନ୍ତି, ଟ୍ରିପଲ ଏକ୍ସ (xxx) ନାମରେ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ରେ ମୋ ନମ୍ବରକୁ ଗତ ସେପ୍ଟେମ୍ବର ମାସରୁ ସାମିଲ କରାଯାଇଥିଲା। ସେ ପ୍ରଥମେ ଭାବିଥିଲେ କୌଣସି ସାଙ୍ଗ ଥଟ୍ଟାମଜାରେ ଏଭଳି ଏକ ଗ୍ରୁପ୍ ନାଁ ଦେଇଛନ୍ତି। ହେଲେ କିଛି ଦିନ ପରେ ଏହି ଗ୍ରୁପ୍ରେ ପର୍ଣ୍ଣ ଭିଡିଓ ଓ ଫଟୋ ଆସିବାରେ ଲାଗିଥିଲା। ତେବେ ଏହି ଗ୍ରୁପ୍ରେ ଥିବା କାହାକୁ ମଧ୍ୟ ସେ ଜାଣି ନଥିଲେ। ଫଳରେ ସେ ବାଧ୍ୟ ହୋଇ ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତ କରି ମୁସ୍ତାକଙ୍କୁ ଗିରଫ କରିଛି।
from Odisha Reporter https://ift.tt/2BzrnuX
No comments:
Post a Comment