ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ଟିକେଟ୍‌: ବିଭ୍ରାଟ୍‌ରୁ ବ୍ଲାକ୍‌ ଯାଏଁ ପଢ଼ନ୍ତୁ ଏହି ୭ଟି ପଏଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ଟିକେଟ୍‌: ବିଭ୍ରାଟ୍‌ରୁ ବ୍ଲାକ୍‌ ଯାଏଁ ପଢ଼ନ୍ତୁ ଏହି ୭ଟି ପଏଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ଟିକେଟ ବିଭ୍ରାଟକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି। ପ୍ରଥମେ ଅନ୍‌ଲାଇନ୍‌ରେ ଟିକେଟ୍ ବ୍ଲାକରେ ବିକ୍ରି ହେବା ଖବର ଆସିବା ପରେ ଏବେ ସିଧା କଳିଙ୍ଗ ଷ୍ଟାଡିୟମ୍‌ କାଉଣ୍ଟରରେ ବ୍ଲାକ୍‌ ହେବା ଘଟଣା କ୍ରୀଡ଼ା ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ହଜାର ହଜାର ଦର୍ଶକ ଉଦ୍‌ଘାଟନୀ ଉତ୍ସବର ଟିକେଟ ନପାଇ ନିରାଶ ହେବା ପରେ ଟିକେଟ୍‌ ବିକ୍ରିର ଦାୟିତ୍ୱ ଅନଲାଇନ୍‌ ସଂସ୍ଥାର କହି ସରକାର ହାତ ଝାଡ଼ିଦେଇଥିଲେ। ହେଲେ ଏବେ କାଉଣ୍ଟରରେ ବ୍ଲାକ୍‌ ହେବା ଘଟଣାର ଚିତ୍ର ଭାଇରାଲ ହେବା ପରେ ସରକାର ଓ କ୍ରୀଡ଼ା ବିଭାଗର ଅସଲ ଚେହେରାକୁ ପଦାରେ ପକାଇଛି। ତେବେ ଆସନ୍ତୁ ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ଟିକେଟକୁ ନେଇ ହୋଇଥିବା ବିଶୃଙ୍ଖଳାର ଧାରାବାହିକ ଘଟଣାକୁ ନେଇ ଆସନ୍ତୁ ନଜର ପକାଇବା।
୧-ବିଶ୍ଵ କପ୍‌ ହକି ଉଦ୍‌ଘାଟନୀ ଉତ୍ସବର ଟିକେଟ ଅଫ୍‌ଲାଇନ୍‌ରେ ତଥା ନଭେମ୍ବର ୧୫ରେ ଉପଲବ୍ଧ ହେବ ବୋଲି ପ୍ରଥମେ କ୍ରୀଡ଼ା ସଚିବ ବିଶାଲ ଦେବ ନଭେମ୍ବର ୧ ତାରିଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କିନ୍ତୁ ତାହା ହୋଇ ନଥିଲା।
୨- ବିଶେଷକରି ରଙ୍ଗାରଙ୍ଗ ଉତ୍ସବ, କିଙ୍ଗ୍‌ ଖାନ୍‌ ଶାହାରୁଖ ଏବଂ ବିଶିଷ୍ଟ ସଙ୍ଗୀତକାର ଏ.ଆର. ରେହେମାନଙ୍କୁ ଦେଖିବା ପାଇଁ ରାଜ୍ୟର ବହୁସ୍ଥାନରୁ ଦର୍ଶକମାନେ ଆସି ରାତିରୁ କାଉଣ୍ଟର ଆଗରେ ଭିଡ଼ ଜମାଇଥିଲେ। ହେଲେ ନଭେମ୍ବର ୧୫ରେ ଦୀର୍ଘ ସମୟ ଅପେକ୍ଷା କରି କାଉଣ୍ଟରରେ ଟିକେଟ ବିକ୍ରି ନହେବାରୁ ଦର୍ଶକ ନିରାଶ ହୋଇଥିଲେ। ଫଳରେ ହକିପ୍ରେମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ଦର୍ଶକ ଉତ୍ତ୍ୟକ୍ତ ହୋଇ କାଉଣ୍ଟର ସାମ୍ନାରେ ଭଙ୍ଗାରୁଜା କରିଥିଲେ। ଏଥିରେ ପୁଲିସ ଆସି ହସ୍ତକ୍ଷେପ କରିଥିଲା।
୩-ଅଫ୍‌ଲାଇନ୍‌ ଟିକେଟ୍ ନ ପାଇ କଳିଙ୍ଗ ଷ୍ଟାଡିୟମ୍‌ ବାହାରେ ବ୍ୟାପକ ଭଙ୍ଗାରୁଜା ହେବା ପରେ କ୍ରୀଡ଼ା ସଚିବ ବିଶାଲ ଦେବ ପୁଣି ନିଷ୍ପତ୍ତି ବଦଳାଇଲେ। କହିଲେ ଉଦଘାଟନୀ ଉତ୍ସବ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ହେବ।
୪-ନଭେମ୍ବର ୨୦ରେ ଦିନ ୧୨ଟା ବେଳକୁ ticketgenie.in ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ହେବ ବୋଲି ଘୋଷଣା ହେଲା।  କିନ୍ତୁ ଠିକ୍‌ ୧୨ଟା ବେଳକୁ ୱେବ୍‌ସାଇଟ୍‌ ticketgenie.in ଟିକେଟ୍‌ ବିକ୍ରି ସମ୍ବନ୍ଧରେ ସୂଚନା ଦିଆଯାଇଥିଲେ ମଧ୍ୟ ସାଇଟ୍‌ ଓପନ୍‌ ହୋଇ ନ ଥିଲା। ଲୋକେ ଉତ୍ସାହର ସହ ଅପେକ୍ଷା କରିଥିଲେ ମଧ୍ୟ ବାରମ୍ବାର ଗୋଟିଏ ଉତ୍ତର ଆସୁଥିଲା ‘This site can’t be reached .ticketgenie.intook too long to respond.’। ଆଉ ଟିକେଟ ବିକ୍ରି ଆରମ୍ଭର ଗୋଟିଏ ଘଣ୍ଟା ପରେ ଟିକେଟ ଆର ସୋଲ୍‌ଡ ଆଉଟ୍‌’ ଉତ୍ତର ଆସିଥିଲା।
୫- ଟିକେଟ୍‌ ବିଭ୍ରାଟ ଏବଂ ଜାଲିଆତି ଅଭିଯୋଗ ଆସିବା ପରେ ସରକାର ସ୍ପଷ୍ଟୀକରଣ ରଖିଥିଲେ। କହିଥିଲେ ଉଦ୍‌ଘାଟନୀ ଟିକେଟ୍‌ ବିକ୍ରି ଦାୟିତ୍ୱ ୱେବ୍‌ସାଇଟ୍‌ର।
୬-ନଭେମ୍ବର ୨୬ ଅର୍ଥାତ ଉଦ୍‌ଘାଟନୀ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଅନଲାଇନ୍‌ ସଂସ୍ଥା ଓଏଲଏକ୍ସରେ ଟିକେଟ୍‌ ବ୍ଲାକ୍ ହେବା ଖବର ଆସିଥିଲା। ୫୦୦ ଟଙ୍କାର ଟିକେଟ୍‌  ୪,୫୦୦ ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ ୮୦୦୦ ଟଙ୍କାରେ ବିକ୍ରି ହେଉଥିବା ଚର୍ଚ୍ଚା ହୋଇଥିଲା।
୭- ନଭେମ୍ବର ୨୮ ଅର୍ଥାତ ଆଜି ଟିକେଟ୍‌ ବ୍ଲାକରେ ବିକ୍ରି ହେଉଥିବାର ଏକ ଭିଡିଓ ଭାଇରାଲ ହେବା ନଜରକୁ ଆସିଛି। ଅନ୍ୟ କେଉଁଠି ନୁହେଁ ଖୋଦ୍‌ କଳିଙ୍ଗ ଷ୍ଟାଡିୟମର କାଉଣ୍ଟରରେ ଏପରି ବ୍ଲାକ୍‌ରେ ଟିକେଟ୍‌ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ୫୦୦ ଟଙ୍କାର ଟିକେଟ୍‌କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି କରାଯାଇଥିବା ଅଭିଯୋଗ ଉଠିଛି।


from Odisha Reporter https://ift.tt/2FIkImd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages