ପାକିସ୍ତାନ ଡାକିଲା, ଭାରତ ମନାକଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ପାକିସ୍ତାନ ଡାକିଲା, ଭାରତ ମନାକଲା

ନୂଆଦିଲ୍ଲୀ: ପୁଣିଥରେ ସାର୍କ ସମ୍ମିଳନୀ ବାତିଲ ହେବାର ଆଶଙ୍କା ପ୍ରକାଶ ପାଇଛି। ୨୦୧୬ ପରି ପୁଣିଥରେ ଭାରତ ପାକିସ୍ତାନରେ ସାର୍କ ସମ୍ମିଳନୀ ହେଉଥିବାରୁ ଏଥିରେ ଯୋଗଦେବନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି।

ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ସରକାର ନିମନ୍ତ୍ରଣ କରିଥିଲେ। ହେଲେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ସୀମା ପାର ଆତଙ୍କବାଦକୁ ବନ୍ଦ କରିନାହିଁ, ସେତେବେଳ ଯାଏ ଭାରତ କୌଣସି ପ୍ରକାରର ଆଲୋଚନା କରିବ ନାହିଁ ବୋଲି ସୁଷମା ସ୍ପଷ୍ଟ କରିଛନ୍ତି।

୨୦୧୬ରେ ପାକିସ୍ତାନରେ ସାର୍କ ସମ୍ମିଳନୀ ହେବାକୁ ଥିବା ବେଳେ ଭାରତ ସେଠାକୁ ଯିବନାହିଁ ବୋଲି କହିଥିଲା। ଭାରତର ଏଭଳି ଆଭିମୁଖ୍ୟ ପରେ ଆଫ୍‌ଗାନିସ୍ତାନ, ବାଂଲାଦେଶ ଓ ଭୁଟାନ ମଧ୍ୟ ସାର୍କ ସମ୍ମିଳନୀକୁ ଯିବେ ନାହିଁ ବୋଲି କହିଥିଲେ। ଏହାପରେ ଏହି ସମ୍ମିଳନୀକୁ ବାତିଲ କରାଯାଇଥିଲା।

ସୁଷମା କହିଛନ୍ତି, କର୍ତ୍ତାରପୁର କରିଡର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅର୍ଥ ପାକିସ୍ତାନ ସହ ଆଲୋଚନା କରିବା ନୁହେଁ। ଭାରତ କୌଣସି ପ୍ରକାରର ୨୦ତମ ସାର୍କ ସମ୍ମିଳନୀରେ ଭାଗନେବ ନାହିଁ।

ପାକିସ୍ତାନ ଯେଉଁଦିନ ଭାରତରେ ଆତଙ୍କବାଦୀଙ୍କୁ ପ୍ରଵେଶ କରାଇବା ବନ୍ଦ କରିବ, ସେଦିନ ଭାରତ ଆଲୋଚନା କରିବାକୁ ଆଗେଇ ଆସିବ। ଭାରତ ଦୀର୍ଘ ବର୍ଷ ହେଲା କର୍ତ୍ତାରପୁର କରିଡର ପାଇଁ ଦାବି କରି ଆସୁଥିଲା। ଏବେ ପାକିସ୍ତାନ ଏହି ଦାବିକୁ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ଭଲ ଲାଗୁଛି ବୋଲି ସୁଷମା କହିଛନ୍ତି।

ଏହି କରିଡର ଦ୍ୱାରା ବିନା ଭିସାରେ ଶିଖ୍‌ ଶ୍ରଦ୍ଧାଳୁମାନେ କର୍ତ୍ତାରପୁରଠାରେ ଥିବା ଗୁରୁଦ୍ୱାର ଦରବାର ସାହିବକୁ ଯାଇପାରିବେ।



from Odisha Reporter https://ift.tt/2raYoHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages