ଗୋଟିଏ ଘରେ ରହି ବି ଏକାଠି ସମୟ କାଟି ପାରୁନାହାନ୍ତି ‘ବିରୁଷ୍କା’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଗୋଟିଏ ଘରେ ରହି ବି ଏକାଠି ସମୟ କାଟି ପାରୁନାହାନ୍ତି ‘ବିରୁଷ୍କା’!

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ପତ୍ନୀ ଅନୁଷ୍କାଙ୍କ ସହ କିଛି ସମୟ କାଟିବାର ସୁଯୋଗ ପାଇଛନ୍ତି।

ନିକଟରେ ତାଙ୍କୁ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ‘ବିରୁଷ୍କା’ଙ୍କ ଏହି ଯୁଗଳ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଧଳା ଡ୍ରେସ୍‌ରେ ଥିବା ପତ୍ନୀ ଅନୁଷ୍କା କ୍ରିମ୍‌ ପିଙ୍କ୍‌ କଲର୍‌ ସ୍ୱିଟର ପିନ୍ଧିଥିବା ସ୍ୱାମୀ ବିରାଟ୍‌ଙ୍କ ହାତ ଧରି କେବେ ଚାଲୁଥିଲେ ତ ଆଉ କେବେ ବିରାଟ ଅନୁଷ୍କାଙ୍କ କନ୍ଧରେ ହାତ ପକାଇ ଚାଲୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଜର୍ମାନ୍‌ ସ୍ପୋର୍ଟସ୍‌ ଲାଇଫ୍ ଷ୍ଟାଇଲ୍‌ କମ୍ପାନୀ ‘ପୁମା’ର ସହଯୋଗରେ ପ୍ରତିଷ୍ଠିତ ତାଙ୍କ ନିଜସ୍ୱ ଆଥ୍‌ଲିଜର୍‌ ବ୍ରାଣ୍ଡ୍‌ one8 କୁ ବିରାଟ୍‌ ରବିବାର ଲଞ୍ଚ୍‌ କରିଛନ୍ତି। ଏହି ଲଞ୍ଚିଂ ସମୟରେ ପତ୍ନୀ ଅନୁଷ୍କା ମଧ୍ୟ ତାଙ୍କ ସହ ଥିଲେ। ଦୁହିଁଙ୍କୁ ଏଥିରେ ବେଶ୍ ଷ୍ଟାଇଲିସ୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା।

ତେବେ ବିରାଟ ଏବଂ ଅନୁଷ୍କା ଦୁହେଁ ନିଜ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ଏକାଠି ଅଧିକ ସମୟ କାଟି ପାରୁନାହାନ୍ତି। ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ, ‘ବିରାଟ ଓ ମୁଁ ଗୋଟିଏ ଘରେ ରହୁଛୁ, କିନ୍ତୁ କାମ ବ୍ୟସ୍ତତା ଯୋଗୁ ପରସ୍ପର ସହ ବେଶି ସମୟ ବିତାଇ ପାରୁନୁ। ତେଣୁ ଯେବେ ବିରାଟ ଏବଂ ମୁଁ ଏକାଠି ହେଉଛୁ, ଆମକୁ ଭ୍ୟାକେସନ୍‌ ପରି ଲାଗୁଛି।’



from Odisha Reporter https://ift.tt/2PnoVjv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages