ରାଜ୍ୟ ମହିଳା କଂଗ୍ରେସ ପୁର୍ନଗଠିତ: କମିଟିରେ ବହୁ ନୂଆ ମୁହଁ, ୨ କାର୍ଯ୍ୟକାରୀ ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ରାଜ୍ୟ ମହିଳା କଂଗ୍ରେସ ପୁର୍ନଗଠିତ: କମିଟିରେ ବହୁ ନୂଆ ମୁହଁ, ୨ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ମହିଳା ଶାଖା ପଦାଧିକାରୀ ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟ କଂଗ୍ରେସ ନିଜର ମହିଳା ସାମ୍ମୁଖ୍ୟର ପଦାଧିକାରୀଙ୍କ ନାଁ ଘୋଷଣା କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା କଂଗ୍ରେସର ପଦାଧିକାରୀ ତାଲିକାରେ ୧୦୦ରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ଉଲ୍ଲେଖନୀୟ ଘଟଣାକ୍ରମରେ ଚଳିତଥର ୨ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମିଳିଛି। କମିଟିରେ ୨ଜଣ କାର୍ଯ୍ୟକାରୀ ସଭାପତି, କୋଷାଧ୍ୟକ୍ଷଙ୍କ ସମେତ ୧୫ ଜଣ ଉପସଭାପତି, ୩୧ ଜଣ ସାଧାରଣ ସଂପାଦକ, ୩୫ ଜଣ ସଂପାଦକ, ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୧୪ ଜଣ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟଙ୍କ ନାମ ସ୍ଥାନିତ ହୋଇଛି।

ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ଅଜୟନ୍ତୀ ପ୍ରଧାନ ଓ ବନ୍ଦିତା ପରିଡ଼ା ରହିଥିବା ବେଳେ କୋଷାଧ୍ୟକ୍ଷ ଭାବେ ପ୍ରତିମା କର ନିଯୁକ୍ତି ପାଇଛନ୍ତି। ସେହିଭଳି ଉପସଭାପତି ଭାବେ ରନିମଣି ଉଲାକା, ପ୍ରଣତି ମିଶ୍ର, ମନୋଜା ମଞ୍ଜରୀ ଦେବୀ, ସ୍ୱାଧୀନବାଳା ଦାସ, ପ୍ରଭାତୀ ମିଶ୍ର, ସୁକାନ୍ତି ଦାସ, ରୀତା ଯୋଶୀ, ଶୁଭଶ୍ରୀ ପଣ୍ଡା, ଜୟଶ୍ରୀ ପଟ୍ଟନାୟକ, ସୁଭାସିନୀ ମହାକୁଡ଼, ଶୋଭାରାଣୀ ଦାସ, କମଳା ତିରିଆ, ଦେବସ୍ମିତା ସାମଲ, ହୁର‌୍‍ ବାନୁ ଓ ବିନୀତା ମାଝୀ ରହିଥିବାବେଳେ ସାଧାରଣ ସଂପାଦକ ଭାବେ ଅର୍ଚ୍ଚନା ନନ୍ଦୀ, ବନ୍ଦିତା ପଟ୍ଟନାୟକ, ଶ୍ରୀୟା ସମ୍ୱେଦନା, ପ୍ରତିମା ମଲ୍ଲିକ, ରେଣୁବାଳା ରାଉତ, କନକଲତା ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ସରିତା ରଥ, ପ୍ରତିମା ଜେନା, ମିତା ରାୟ, ସ୍ନେହଲତା ରାୟ ଚୌଧୁରୀ, ଜ୍ୟୋତ୍ସ୍ନା ଦାସ, ବିନ୍ଧ୍ୟାବନୀ ସାହୁ, ସୁଲୋଚନା ନାୟକ, ପ୍ରଜ୍ଞା ପାରମିତା ମହାନ୍ତି, ଗାୟତ୍ରୀ ମହାନ୍ତି, ନିର୍ମଳା ମଲ୍ଲିକ, ଲଳିତା ସାହୁ, ସୁପ୍ରଭା ଦାସ, ସୁଲତା ବାରିକ, ଏମ‌୍‍.ଏ ପରଵୀନ‌୍‍, ମଧୁସ୍ମିତା ରଥ, ରୀତା ହେମ୍ୱ୍ରମ‌୍‍, ଗୋରେଟୀ ଖେସ‌୍‍, କୁସୁମ ପ୍ରଧାନ, ଜବାମଣି ଟୁଡୁ, ରୀତା ରାଉତ, ସୁଜାତା ଜେନା, ନିରୂପମା ଦାସ, ସ୍ମୃତି ପହି, ରୂପଦିପ୍ତା ମହାପାତ୍ର ରହିଛନ୍ତି।

ସଂପାଦକ ଭାବେ ବିଜୟିନୀ ତିରିଆ, ନିରୁପମା ପାତ୍ର, ସନ୍ଧ୍ୟାରାଣୀ ଦାସ ସାମନ୍ତ, ସୁନିତା ବାଗ, ଉଲ୍ଲାସ ମଲ୍ଲିକ, ବିନୀତା ନାୟକ, ଚୈତାଳୀ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ସୁଲତା ଗୌଡ଼, ନୀଲମ‌୍‍ ଗୁପ୍ତା, ସିଲି ସେଠୀ, ବୈଶାଳୀ ବେହେରା, ରୀନା ସ୍ୱାଇଁ, ଦୀପ୍ତିରାଣୀ ପ୍ରଧାନ, ରେଖା ହୋତା, ସବିତା ସ୍ୱାଇଁ, ରୀନା ମେହେର, ଖୁଲଣା ଜେନା, ଭାଗ୍ୟଲକ୍ଷ୍ମୀ ପଣ୍ଡା, ସସ୍ମିତା ସାହୁ, ଏଲ‌୍‍ ମାଣିକ ପ୍ରଭା, ସ୍ୱାଗତିକା ବିଶ୍ୱାଳ, ଅଙ୍ଗୁରୀ ବେଗମ‌୍‍, ରଶ୍ମିତା ଟେଟେ, ତୃପ୍ତି ବେହେରା, ଶୁଭସ୍ମିତା ଧଳ, ୟାସ‌୍‍ମିନ‌୍‍ ବିବି, ଆଶା ମିଞ୍ଜ, ବିଷ୍ଣୁପ୍ରିୟା ଚାନ୍ଦ, ବିଳାସିନୀ ନାୟକ, ମାଧବୀ ସେନାପତି, ସୁଜ୍ଞାନୀ ପଟ୍ଟନାୟକ, ମଞ୍ଜୁ ନାୟକ, କୁନୀ ହରିଚନ୍ଦନ, ନୀଳିମା ଅଗ୍ରୱାଲା ମନୋନୀତ ହୋଇଛନ୍ତି।

ସେହିଭଳି କାର୍ଯ୍ୟକାରୀ ସଦସ୍ୟ ଭାବେ ସଂଯୁକ୍ତା ମହାନ୍ତି, ବାସନ୍ତୀ ପ୍ରଧାନ, ଉର୍ବଶୀ ମିଶ୍ର, ମଞ୍ଜୁଲତା ସାହୁ, ନଳିନୀ ଉଦ‌୍‍ଗଲା, ରୁବି କାନୁନ‌ଗୋ, ଅନୁସୂୟା ବେହେରା, ସୁରେଖା ମଲ୍ଲିକ ଓ ମମତା ସାହୁ ରହିଥିବା ବେଳେ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟ ଭାବେ ଜୟନ୍ତୀ ପଟ୍ଟନାୟକ, ସୁଶୀଳା ତିରିଆ, ଉମାରାଣୀ ପାତ୍ର, ସରସ୍ୱତୀ ହେମ୍ୱ୍ରମ‌୍‍, ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ପରମା ପୂଜାରୀ, ଚନ୍ଦ୍ରମା ସାନ୍ତା, ଇନ୍ଦିରା ମିତ୍ର, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ଡା ଓ ପ୍ରଭା ପଟେଲ ପ୍ରମୁଖ ରହିଛନ୍ତି।

ନୂତନ କର୍ମକର୍ତ୍ତାମାନଙ୍କ ଏକ ଜରୁରୀ ବୈଠକ ଆସନ୍ତା ୧୫ ତାରିଖରେ ଗୁରୁବାର କଂଗ୍ରେସ ଭବନରେ ଡକାଯାଇଛି। ଜାତୀୟ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନ କ୍ରମେ ଏଆଇସିସି ସଂପାଦକ ତଥା ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ଏହି ଘୋଷଣା କରିଛନ୍ତି।



from Odisha Reporter https://ift.tt/2DA3aXu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages