
କଟକ (ଓଡ଼ିଶା ରିପୋର୍ଟର): ତାଳଚେରରୁ କଟକ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଆଜି ସନ୍ଧ୍ୟା ବେଳେ ମହାନଦୀ ପୋଲରୁ ଖସି ପଡ଼ିଛି। ସନ୍ଧ୍ୟା ପ୍ରାୟ ୬ଟା ବେଳେ କଟକର ଜଗତପୁର-ଶିଖରପୁର ମଝିରେ ଥିବା ମହାନଦୀ ପୋଲ ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଏଥିପାଇଁ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳକୁ ଯିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୭ ଜଣଙ୍କ ମୃତ୍ୟୁ ନେଇ ଡିଜିପି ଆର୍ ପି ଶର୍ମା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଅନୁଗୋଳ ଜିଲ୍ଲା ତାଳଚେରରୁ ଆସୁଥିବା ବସ୍ଟି ଜଗତପୁର-ଶିଖରପୁର ମଝି ମହାନଦୀର ପୋଲ ତଳକୁ ଖସି ପଡ଼ିଥିଲା। ପୋଲ ଉପରେ ମଇଁଷିର ମୃତଦେହ ପଡ଼ିଥିବାରୁ ବସ୍ଟି ତାକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଏହାପରେ ବସ୍ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ବାଲି ଉପରେ ପଡ଼ିଥିଲା।
ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀ ରଶି ଲଗାଇ ପୋଲ ତଳକୁ ଯାଇଥିଲେ। ଲୁହା କଟର୍ ସାହାଯ୍ୟରେ ବସ୍ର ବଡି କାଟି ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ସେମାନଙ୍କୁ ଦୁଇଟି ବୋଟ୍ରେ କୂଳକୁ ନିଆଯାଇଥିଲା। ପରେ ସେଠାରୁ ଆମ୍ୱୁଲାନ୍ସରେ ନିଆଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। କଟକ ବଡ଼ ମେଡ଼ିକାଲ୍ରେ ୩୦ରୁ ଅଧିକ ଗୁରୁତର ରୋଗୀଙ୍କୁ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2zilEYO
No comments:
Post a Comment