ବର୍ଷକର ଶିଶୁ କନ୍ୟା ଉପରେ ମାଡ଼ିଗଲା ଟ୍ରେନ୍‌, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ବର୍ଷକର ଶିଶୁ କନ୍ୟା ଉପରେ ମାଡ଼ିଗଲା ଟ୍ରେନ୍‌, କିନ୍ତୁ…

ଲକ୍ଷ୍ନୌ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ପରେ ଉତ୍ତର ପ୍ରଦେଶର ମଥୁରା ରେଲୱେ ଷ୍ଟେସନ୍‌ରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣାଟିଏ ସାମ୍ନାକୁ ଆସିଛି। ଗୋଟିଏ ବର୍ଷକର ଶିଶୁ କନ୍ୟା ରେଳ ଟ୍ରାକ ଉପରେ ପଡ଼ିଥିବା ବେଳେ ତା’ ଉପରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଅତିକ୍ରମ କରୁଛି। କିନ୍ତୁ ଟ୍ରେନ୍‌ଟି ଷ୍ଟେସନ ଅତିକ୍ରମ କରିବା ପରେ ଶିଶୁ କନ୍ୟାଟିକୁ କିଛି ଲୋକ ସୁରକ୍ଷିତ ଅବସ୍ଥାରେ ରେଳ ଧାରଣା ମଧ୍ୟରୁ ଉଦ୍ଧାର କରି ଆଣୁଛନ୍ତି। ପୂରା ଘଟଣା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଶିଶୁ କନ୍ୟାଟିକୁ ମା’ ଧରିଥିବା ବେଳେ ତା’ ବାପା ଭୁଲବଶତଃ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଶିଶୁକନ୍ୟାଟି ରେଳ ଧାରଣା ମଝିରେ ଖସି ପଡ଼ିଥିଲା। ସେମାନେ ଝିଅଟିକୁ ଉଦ୍ଧାର କରିବାକୁ ଗଲା ବେଳେ ହଠାତ୍‌ ଏକ ଯାତ୍ରୀବାହୀ ଟ୍ରେନ୍‌ ଚାଲି ଆସିଥିଲା। ଫଳରେ ଉପାୟଶୂନ୍ୟ ହୋଇ ବାପା ମା’ କେବଳ ଝିଅର ଜୀବନ ରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।

ପ୍ଲାଟଫର୍ମରେ ଥିବା ଲୋକମାନେ ଭୟ ଓ ଆଶଙ୍କା ମଧ୍ୟରେ ଟ୍ରେନ୍‌ଟି କେତେବେଳେ ଷ୍ଟେସନ ଅତିକ୍ରମ କରିବ, ତାକୁ ଅପେକ୍ଷା କରିଥିଲେ। କଥାରେ ଅଛି ରଖେ ହରି, ମାରେ କିଏ। ଶେଷରେ ଟ୍ରେନ୍‌ଟି ଅତିକ୍ରମ କରିବା ପରେ ଶିଶୁକନ୍ୟାଟି ସୁରକ୍ଷିତ ଉଦ୍ଧାର ହୋଇଥିଲା।

ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ରେଳ ଟ୍ରାକରେ ଶୋଇରହିଥିବା ଜଣେ ବ୍ୟକ୍ତିଙ୍କ ଉପରେ ଗୋଟିଏ ମାଲବାହୀ ଟ୍ରେନ୍‌ ଅତିକ୍ରମ କରିଥିଲା। ସେ ମଧ୍ୟ ସୁରକ୍ଷିତ ଉଦ୍ଧାର ପାଇଥିଲେ।

ଦେଖନ୍ତୁ ଭିଡିଓ: ସୌଜନ୍ୟ ଏଏନ୍‌ଆଇ



from Odisha Reporter https://ift.tt/2PDoUYW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages