
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଆଜି ମୋଦି ସରକାର ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମ୍ଏସ୍ଏମ୍ଇ)ଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏଣିକି ଏହି ବର୍ଗର ବ୍ୟବସାୟୀମାନେ ମାତ୍ର ୫୯ ମିନିଟ୍ ମଧ୍ୟରେ ବ୍ୟାଙ୍କରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଏଭଳି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ୧୨ ପ୍ରକାରର ଯୋଜନା କାର୍ଯ୍ୟକାରୀ କରିଥିବା ମୋଦି କହିଛନ୍ତି।
ଏଭଳି ନିଷ୍ପତ୍ତିକୁ ଦୀପାବଳି ଉପହାର ବୋଲି କହି ମୋଦି କହିଛନ୍ତି, “ ଏଭଳି ଯୋଜନା ଦ୍ୱାରା ଏମ୍ଏସ୍ଏମ୍ଇମାନେ ଅଧିକ ଆଗକୁ ଯାଇପାରିବେ। ଏହି କ୍ଷେତ୍ରର ବିକାଶ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ୧୨ଟି ପ୍ରମୁଖ ଯୋଜନା ମଧ୍ୟରୁ ୫୯ ମିନିଟ୍ରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା ଅନ୍ୟତମ ବୋଲି ସେ କହିଛନ୍ତି।
ଦେଶରେ ବର୍ତ୍ତମାନ ୬୩ ଲକ୍ଷ ଏମ୍ଏସ୍ଏମ୍ଇ ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। ଏଥିଯୋଗୁ ୧୧ କୋଟି ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
from Odisha Reporter https://ift.tt/2Olao2E
No comments:
Post a Comment