କଲମା ବ୍ୟାରେଜରେ ୬୪ ଗେଟ୍‌ ବନ୍ଦ, କମୁଛି ହୀରାକୁଦକୁ ଜଳ ପ୍ରବାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

କଲମା ବ୍ୟାରେଜରେ ୬୪ ଗେଟ୍‌ ବନ୍ଦ, କମୁଛି ହୀରାକୁଦକୁ ଜଳ ପ୍ରବାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି ଛତିଶଗଡ଼ର କଲମା ବ୍ୟାରେଜ୍‌। ମହାନଦୀ ଉପରମୁଣ୍ଡରେ କଲ୍‌ମା ବ୍ୟାରେଜ୍‌ରେ ପାଣି ଅଟକା ଯାଉଥିବାରୁ ହୀରାକୁନ ଡ୍ୟାମକୁ ଜଳ ପ୍ରବାହ ହ୍ରାସ ପାଇଛି। ବର୍ତ୍ତମାନ କଲମା ବ୍ୟାରେଜ୍‌ରେ ୬୬ ଗେଟ୍‌ରୁ ଛତିଶଗଡ଼ ୬୪ଟି ଗେଟ୍ ବନ୍ଦ କରିସାରଛି। ତେଣୁ ଖରା ଦିନେ ଯଦି ଅବଶିଷ୍ଟ ଦୁଇଟି ଗେଟ୍ ବନ୍ଦ କରିଦିଏ, ତେବେ ଓଡ଼ିଶାକୁ ଜଳପ୍ରବାହ ସଂପୂର୍ଣ୍ଣ ବନ୍ଦ ହୋଇଯିବ।

ସେପଟେ ବର୍ଷା ହଠାତ୍ ବନ୍ଦ ହୋଇଯିବା ଓ ଛତିଶଗଡ଼ ପାଣି ରୋକିବା କାରଣରୁ ହୀରାକୁଦ୍ ଡ୍ୟାମ୍ ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। କଲ୍‌ମା ବ୍ୟାରେଜରେ ଦୁଇଟି ଗେଟ୍ ଦେଇ ମାତ୍ର ୩ ହଜାର ୫ ଶହ ଘନଫୁଟ୍‌ ଜଳ ତଳମୁଣ୍ଡକୁ ଆସୁଛି। ଫଳରେ ହୀରାକୁଦ ଡ୍ୟାମର ରୁଲ୍ କର୍ଭ ପ୍ରଭାବିତ ହୋଇଛି। ଅକ୍ଟୋବର ୩୧ ସୁଦ୍ଧା ଯେଉଁଠି ଡ୍ୟାମ୍ ଜଳପତ୍ତନ ୬୩୦ ଫୁଟ୍ ରହିବା କଥା, ସେଠି ଏବେ ୬୨୭ ଫୁଟ୍‌କୁ ଖସିଆସିଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

ଉପରମୁଣ୍ଡରୁ ଜଳ ପ୍ରଭାହ ହ୍ରାସ ପାଇଥିବାରୁ ବିଦ୍ୟୁତ୍ ଉତ୍ପାଦନ ଓ ଜଳ ସେଚନ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଡ୍ୟାମରେ ଏବେ ଯେତିକି ପାଣି ଅଛି, କିଛି ଦିନରେ ତାହା ଶେଷ ହୋଇଯିବ। ତେଣୁ ରାଜ୍ୟ ସରକାର ତୁରନ୍ତ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରି ବିକଳ୍ପ ବ୍ୟବସ୍ଥା କରିବା ଲାଗି ଦାବି ଉଠିଛି।

ପାଣି ରୋକାଯିବା ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ବ୍ରିଜ୍ ମୋହନ ଅଗ୍ରଓ୍ୱାଲ। କଲମା ବ୍ୟାରେଜ୍ ନୁହେଁ ବରଂ କମ୍ ବର୍ଷା ହୋଇଥିବାରୁ ହୀରାକୁଦକୁ ଜଳପ୍ରବାହ କମିଥିବା ସେ ଯୁକ୍ତି ଦର୍ଶାଇଛନ୍ତି।

ଗତ ମାସ ୧୩ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣି ହୋଇଥିଲା। ସେଥିରେ ଡିସେମ୍ବର ୧ ସୁଦ୍ଧା ପକ୍ଷ ରଖିବାକୁ ପ୍ରତିପକ୍ଷ ରାଜ୍ୟମାନଙ୍କୁ କୁହାଯାଇଥିଲା। ୧୫ ଡିସେମ୍ବରରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସେଦୃଷ୍ଟିରୁ ଟ୍ରିବ୍ୟୁନାଲରୁ ରାଜ୍ୟ ସରକାର ତୁରନ୍ତ କୌଣସି ଫାଇଦା ପାଇବେ ନାହିଁ। ତେଣୁ ରାଜ୍ୟ ସମ୍ମୁଖୀନ ହେବାକୁ ଯାଉଥିବା ବିଷମ ପରିସ୍ଥିତିର ମୁକାବିଲା ଲାଗି ସରକାର ଛତିଶଗଡ଼ ସହ ଆଲୋଚନା କରୁଛନ୍ତି କି ନାହିଁ, ତା ଉପରେ ନଜର ରହିଛି।



from Odisha Reporter https://ift.tt/2yOEOVZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages