
ମସ୍କୋ: ଆଜି ମସ୍କୋଠାରେ ତାଲିବାନ୍ଙ୍କ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନାରେ ଭାଗନେବେ ଭାରତର କିଛି ଅନୌପଚାରିକ ପ୍ରତିନିଧି। ଆଫଗାନିସ୍ତାନରେ ରୁଷ୍ ନିଜର କୂଟନୀତିକ ଉପସ୍ଥିତି ଜାହିର କରିବା ପ୍ରୟାସର ଅଂଶବିଶେଷ ସ୍ୱରୂପ ଏହି ବୈଠକ ଆୟୋଜିତ ହେଉଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିବା ଅନୁଯାୟୀ, “ତାଲିବାନ୍ଙ୍କ ପ୍ରତିନିଧିମଣ୍ଡଳୀ ସହିତ ଏହି ବୈଠକରେ ଆମର ଅନୌପଚାରିକ ଆଲୋଚନା ହେବ।”
ଏହି ପ୍ରତିନିଧି ମଣ୍ଡଳୀରେ ଦୁଇଜଣ ଅବସରପ୍ରାପ୍ତ କୂଟନୀତିଜ୍ଞ – ପାକିସ୍ତାନରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଟିସିଏ ରାଘବନ୍ ଏବଂ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରଦୂତ ଅମର ସିହ୍ନା ଯୋଗଦେବେ। ଆଫଗାନିସ୍ତାନର ପ୍ରସ୍ତାବ ଅନୁଯାୟୀ ଭାରତ ପକ୍ଷରୁ ଏହି ପ୍ରତିନିଧିମଣ୍ଡଳ ପଠାଯାଇଛି।
ଆଫଗାନିସ୍ତାନରେ ଶାନ୍ତି ପାଇଁ ଭାରତ ସମସ୍ତ ପ୍ରକାରର ପ୍ରୟାସ କରିବ ଏବଂ ଏହି ପ୍ରୟାସ ଆଫଗାନିସ୍ତାନ ନେତୃତ୍ୱରେ, ଆଫଗାନିସ୍ତାନର, ଆଫଗାନିସ୍ତାନ ନିୟନ୍ତ୍ରଣରେ ଏବଂ ଆଫଗାନିସ୍ତାନ ସରକାରଙ୍କ ସକ୍ରିୟ ଅଂଶଗ୍ରହଣ ଜରିଆରେ କାର୍ଯ୍ୟକାରୀ କରାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି, ଏହା କୌଣସି ଗୋଷ୍ଠୀ ପକ୍ଷରୁ ମୂଲଚାଲ ନୁହେଁ ବରଂ ଆମେରିକାର ଦୌରାତ୍ମ୍ୟ ବିରୋଧରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା।
ସେହିଭଳି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କନ୍ଫ୍ଲିକ୍ଟ ମ୍ୟାନେଜ୍ମେଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ ସାହାନୀ କହିଛନ୍ତି, ଭାରତର ସ୍ଥିତି ଏଭଳି ହେବା ଉଚିତ ଯେ, ପାକିସ୍ତାନକୁ ଯେକୌଣସି ମତେ ସମାଧାନ ଗୋଷ୍ଠୀରୁ ବାହାରେ ରଖିବାକୁ ହେବ। କାରଣ ପାକିସ୍ତାନ ନିଜେ ଏକ ସମସ୍ୟା।
ଅନ୍ୟପକ୍ଷରେ ଏହି ବୈଠକରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବାବଦରେ କୌଣସି ଆଲୋଚନା ହେବାର ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।
from Odisha Reporter https://ift.tt/2DvqJ3U
No comments:
Post a Comment