ରାହୁଲଙ୍କ ରାସ୍ତାରେ ମାୟାବତୀ କଣ୍ଟା, ଯୋଗୀ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ରାହୁଲଙ୍କ ରାସ୍ତାରେ ମାୟାବତୀ କଣ୍ଟା, ଯୋଗୀ କହିଲେ ଏମିତି କଥା

ନୂଆଦିଲ୍ଲୀ: ବିଜେପି ବିରୋଧରେ ମହାମେଣ୍ଟ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଛନ୍ତି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷଙ୍କ ଏ ଆଶା କେବେ ଯେ ପୂରଣ ହେବନାହିଁ, ତାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ପି ଚଦାମ୍ବରମ୍‌ କହିଥିଲେ ରାହୁଲ ଗାନ୍ଧିଙ୍କୁ କୌଣସି ପ୍ରକାରର ମହାଗଠନବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ ନାହିଁ। ଏବେ ମହାଗଠନବନ୍ଧନ ପାଇଁ ଅଣ୍ଟା ଭିଡ଼ିଥିବା ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବିଦ୍ରୋହୀ ଭାବେ ପରିଚିତ ଅଜିତ୍‌ ଯୋଗୀ ସମାନ କଥା ଦୋହରାଇଛନ୍ତି।

ଶ୍ରୀ ଯୋଗୀ କହିଛନ୍ତି, ଛତିଶଗଡ଼ରେ ବିଏସ୍‌ପି ଓ ବାମ ଦଳ ସହ ଆମ ଦଳ ମେଣ୍ଟ କରିଛି। ଆସନ୍ତା ସାଧାରଣ ନିର୍ବାଚନରେ ମଧ୍ୟ ଆମେ ଏକାଠି ଲଢ଼ିବୁ। ଛତିଶଗଡ଼ରେ ମୁଁ ମୁଖ୍ୟମନ୍ତ୍ରୀ ହେବି ଏବଂ ସାଧାରଣ ନିର୍ବାଚନରେ ହେବାକୁ ଥିବା ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମାୟାବତୀ ହେବେ। ଏ ବିଷୟରେ ମାୟାବତୀଙ୍କ ସହ ଆଲୋଚନା ସରିଛି ବୋଲି ଯୋଗୀ କହିଛନ୍ତି।

କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ମାୟାବତୀ ଓ ଅଖିଲେଶ ଯାଦବଙ୍କ ସହ ମେଣ୍ଟ କରିବାକୁ ଚାହୁଁଛି। କିନ୍ତୁ ଅନ୍ୟପଟେ ମାୟାବତୀଙ୍କ ପାର୍ଟନରମାନେ କଂଗ୍ରେସକୁ ପସନ୍ଦ କରୁନାହାନ୍ତି। ତେଣୁ ଏଭଳି ସ୍ଥିତିରେ ମହାମେଣ୍ଟ ଗଠନ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

ଯୋଗୀ କହିଛନ୍ତି, “ ମୁଁ ଆରମ୍ଭରୁ କହି ଆସୁଛି ଏକ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ହିଁ ୨୦୧୯ରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ। ତେବେ ଏହି ମହାମେଣ୍ଟର ପ୍ରଧାନମନ୍ତ୍ରୀ କିଏ ହେବ ସେକଥା ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେବେ। କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ କହୁଛି, ମାୟାବତୀ ପ୍ରଧାନମନ୍ତ୍ରୀ ହେଲେ ଭଲ। କାରଣ ସେ ଏକାଧାରରେ ଜଣେ ମହିଳା, ଦଳିତ ଓ ଉତ୍ତର ପ୍ରଦେଶର ୪ଥର ମୁଖ୍ୟମନ୍ତ୍ରୀ। ତେଣୁ ତାଙ୍କଠାରୁ ଅଧିକ ଉପଯୁକ୍ତ ପ୍ରାର୍ଥୀ ବୋଧେ କେହି ନାହାନ୍ତି। ”

ଯୋଗୀଙ୍କ ଏଭଳି ବୟାନ ପରେ କଂଗ୍ରେସର ଅଡ଼ୁଆ ଆହୁରି ବଢ଼ିଯାଇଛି।

ଯୋଗୀ ଦୀର୍ଘ ୩ ଦଶନ୍ଧି ଧରି କଂଗ୍ରେସରେ ରହିଥିଲେ। କିନ୍ତୁ ୨୦୧୬ରେ ସେ କଂଗ୍ରେସ ଛାଡ଼ି ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ।



from Odisha Reporter https://ift.tt/2OAPfBp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages