ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

deadbody

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ସହର ସ୍ଥିତ ତେଲେଙ୍ଗା ସାହିର ଜଣେ ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ ଦାସ (୩୦)।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଜୟନ୍ତ ବାଲେଶ୍ୱର ରେଳଷ୍ଟେସନରୁ ଚାନ୍ଦିପୁର ଡିଆର୍‌ଡିଓକୁ ପ୍ରତିରକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ଅଟୋରେ ନେଇ ଯାଇଥିଲେ। ତେବେ କୌଶଲ୍ୟା ମେମୋରିଆଲ ହସ୍ପିଟାଲ୍‌ ନିକଟରେ ଅଟୋ ସହ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ଚାନ୍ଦିପୁର ଡିଆର୍‌ଡିଓରୁ ଫେରିବା ବେଳେ ତାଙ୍କ ସହିତ କିଛି ଘଟିଥିବା କୁହାଯାଉଛି।

କେଉଁ ପରିସ୍ଥିତିରେ ଜୟନ୍ତଙ୍କ ମୃତ୍ୟୁ ହେଲା, ସେ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ଦୁର୍ଘଟଣା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ତଦନ୍ତ ଜାରି ରହିଛି।



from Odisha Reporter https://ift.tt/2r4mZhw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages