ଦିନେ ଆରଡି ବର୍ମନଙ୍କ ଘରୁ ଉଠି ପଳାଇ ଆସିଥିଲେ ମହମ୍ମଦ୍‌ ଅଜିଜ୍‌… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଦିନେ ଆରଡି ବର୍ମନଙ୍କ ଘରୁ ଉଠି ପଳାଇ ଆସିଥିଲେ ମହମ୍ମଦ୍‌ ଅଜିଜ୍‌…

ମୁମ୍ବାଇ:ଅଶୀ ଏବଂ ନବେ ଦଶକର ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ଗାଇ ଲୋକଙ୍କ ଆଦୃତି ଲାଭ କରିପାରିଥିବା ମହମ୍ମଦ ଅଜିଜ୍‌ଙ୍କର ଆଜି ୬୪ ବର୍ଷରେ ପରଲୋକ ହୋଇଯାଇଛି। ଖାଲି ହିନ୍ଦୀ ନୁହେଁ ଏକାଧିକ ଭାଷାରେ ଅଜିଜ୍‌ ତାଙ୍କ ସ୍ୱରର ଯାଦୁ ଦେଖାଇଛନ୍ତି। ଓଡ଼ିଆ ଫିଲ୍ମ, ଭଜନ ଏବଂ ଆଲବମ ପାଇଁ ସେ ଶତାଧିକ ଗୀତରେ କଣ୍ଠଦାନ କରିଛନ୍ତି। ଖାସ୍‌ କରି ଓଡ଼ିଆଙ୍କ ପାଇଁ ସେ ଜଣେ ଅଭୁଲା ମଣିଷ ହୋଇ ରହିଯିବେ। ତେବେ ‘ଅମର ଉଜାଲା’କୁ ଏକ ଇଣ୍ଟର୍ଭ୍ୟୁରେ ନିଜ ସଙ୍ଗୀତ କ୍ୟାରିୟରର ସଂଘର୍ଷ ବିଷୟରେ ମନ ଖୋଲି କହିଥିଲେ।

ଇଣ୍ଡଷ୍ଟ୍ରିରେ ସେ ଯେମିତି ଅଲୋଡ଼ା ହୋଇଯାଇଥିଲେ ସେ ବିଷୟରେ କହିଲା ବେଳେ ଦୁଃଖ ପ୍ରକାଶ କରିଥିଲେ। ମହମ୍ମଦ ଅଜିଜ୍‌ କହିଥିଲେ ଯେ, ୧୯୮୨ରେ ଯେବେ ସେ ମୁମ୍ବାଇ ଆସିଥିଲେ ତାଙ୍କୁ ପ୍ରଥମ ସୁଯୋଗ ସପନ୍‌ ଜଗମୋହନ ଦେଇଥିଲେ। କ୍ୟାରିଅରକୁ ନେଇ ସେ ଯେତେବେଳେ ସଂଘର୍ଷ ଭିତରେ ଗତି କରୁଥିଲେ ସେହି ସମୟରେ ସେ ନିୟମିତ ଭାବେ ମ୍ୟୁଜିକ୍‌ ଡିରେକ୍ଟର ଅନୁ ମଲ୍ଲିକ୍‌ଙ୍କ ଘରକୁ ଯିବା ଆସିବା କରୁଥିଲେ।

ମହମ୍ମଦ ଅଜିଜ୍‌ କହିଥିଲେ ଯେ, ସେ ସମୟରେ ଅନୁ ବି ଖୁବ୍‌ ସଂଘର୍ଷ କରୁଥିଲେ। ଦିନେ ଅନୁ ମଲ୍ଲିକ୍‌ ତାଙ୍କୁ ରେକର୍ଡିଙ୍ଗ ରୁମଙ୍କୁ ଡାକି ଥିଲେ। ଆଉ ଫିଲ୍ମ ‘ମର୍ଦ୍ଦ’ ଟାଇଟଲ ଗୀତ ‘ମର୍ଦ୍ଦ ଟାଙ୍ଗେୱାଲା’ ଗୀତ ଗାଇବା ପାଇଁ କହିଥିଲେ। ଅଜିଜ୍‌ କହିଥିଲେ ଯେ, ଏହି ଗୀତକୁ ସେ ଅମିତାଭ ବଚ୍ଚନଙ୍କ ପାଇଁ ଗାଇଥିଲେ। ଯାହା ତାଙ୍କ ପାଇଁ ସୌଭାଗ୍ୟ ଆଣିଦେଇ ଥିଲା। ଏହି ଗୀତ ହିଁ ମହମ୍ମଦ ଅଜିଜ୍‌ଙ୍କୁ ଏକ ବଡ଼ ପରିଚୟ ଦେଇଥିଲା। ଏହି ଗୀତ ରେକର୍ଡିଙ୍ଗ ବେଳେ ଫିଲ୍ମର ନିର୍ଦ୍ଦେଶକ ମନମୋହନ ଦେଶାଇ ଏବଂ ଅଭିନେତା ଶମ୍ମି କପୁର, ଅମିତାଭ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ। ଏହା ତାଙ୍କର ପ୍ରଥମ ଲାଇଭ୍‌ ରେକର୍ଡ଼ିଂ ଥିଲା।

ମହମ୍ମଦ ଅଜିଜ୍‌ଙ୍କ ‘ମେ ସେ ନା ମୀନା ସେ’ ଗୀତ ସୁପରଡୁପର ହିଟ୍‌ ହୋଇଥିଲା। ଏହି ସାକ୍ଷାତକାରରେ ମହମ୍ମଦ ଅଜିଜ୍‌ କହିଥିଲେ ଯେ, ‘କର୍ମା’ ଫିଲ୍ମର ଗୀତ ‘ହର କରମ ଅପନା କରେଙ୍ଗେ’ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ଗୁଂଜରିତ ହେଉଥିବ। ଅଜିଜ୍‌ କହିଥିଲେ ଯେ ବାପ୍ପି ଲାହିରି ତାଙ୍କୁ ପ୍ରଥମଥର ଆଶା ଭୋଁସଲେଙ୍କ ସହ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଏହା ପରେ ସେ ରାଜେଶ୍‌ ରୋଶନଙ୍କ ଫିଲ୍ମ ‘ଖୁଦ୍‌ଗର୍ଜ’ ପାଇଁ ଗୀତ ଗାଇଥିଲେ।

ପ୍ରସିଦ୍ଧ ଗାୟକ ମହମମ୍ମଦ ରଫିଙ୍କୁ ସେ ଆଦର୍ଶ ବୋଲି ମାନନ୍ତି। ତାଙ୍କ କହିବା ଅନୁଯାୟୀ ଲୋକେ ରଫି, ମୁକେଶ,କିଶୋର, ଲତାଙ୍କୁ ମନେ ରଖନ୍ତି ହେଲେ ତାଙ୍କୁ ନୁହେଁ। ସେ କହିଥିଲେ ମୁଁ ଗୋଟିଏ ପରେ ଗୋଟିଏ ଗୀତ ଗାଇ କେବେ ଘରେ ବସିଗଲି ଜଣାପଡ଼ିଲା ନାହିଁ। ଅଜିଜ୍‌ କହିଥିଲେ ଯେ, ଦିନେ ଆରଡି ବର୍ମନଙ୍କ ପାଖକୁ ଯାଇଥିଲେ। ଯେତେବେଳେ ଆରଡି ବର୍ମନ ତାଙ୍କ ଗୀତ ଶୁଣିଲେ ତାଙ୍କ ଉଚ୍ଚାରଣ ଠିକ୍‌ କରିବା ପାଇଁ କହିଥିଲେ। ସେହି ସମୟରେ ଅଜିଜ୍‌ ସେଠାରୁ ଚୁପ୍‌ଚାପ୍‌ ଚାଲି ଆସିଥିଲେ। କିନ୍ତୁ ଆଉ ଦିନେ ତାଙ୍କୁ ବାପି ଲାହିରୀ ଆଶାଙ୍କ ସହ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ଯାହା ପରେ ଆଶା ତାଙ୍କୁ ନିଜ ଘରକୁ ଡାକିନେଇଥିଲେ ଏବଂ ତାଙ୍କୁ ସୁଯୋଗ ଦେବା ପାଇଁ ଆରଡି ବର୍ମନଙ୍କୁ ଅନୁରୋଧ କରିଥିଲେ।

ଅଜିଜ୍‌ ତାଙ୍କ କ୍ୟାରିୟରେ ଖୁଦା ଗୱା, ରାମ ଲଖନ, ନଗିନା, ସ୍ୱର୍ଗ ଆଦି ଫିଲ୍ମରେ ଗୀତ ଗାଇ ମ୍ୟଜିକ୍‌ ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନକୁ ମଜଭୁତ୍‌ କରିଥିଲେ। ତେବେ ନିଜର ଦୁଃଖ ଏବଂ ଅବସୋସ ପ୍ରକାଶ କରି ଅଜିଜ୍‌ କହିଥିଲେ ଯେ, ୮୦ ଏବଂ ୯୦ଦଶକରେ ଏତେ ହିଟ୍‌ ଗୀତ ଗାଇଥିଲେ ମଧ୍ୟ ତାଙ୍କ ନାମ କେବେ ପୁରସ୍କାର ଉତ୍ସବରେ ନିଆଯାଏ ନାହିଁ। ତାଙ୍କୁ କୌଣସି ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’କୁ ମଧ୍ୟ ନିମନ୍ତ୍ରଣ କରାଯାଏ ନାହିଁ। ସେ କହିଥିଲେ ତାଙ୍କ କ୍ୟାରିଅରେ କୌଣସି ନିର୍ଦ୍ଦେଶକ ଏବଂ ପ୍ରଡ୍ୟୁସର ସହ ଅପଡ଼ ହୋଇନି କି ତିକ୍ତତା ହୋଇ ନାହିଁ। ସେ ବି କାହା ସହ ଖରାପ ବ୍ୟବହାର କରିନାହାନ୍ତି।



from Odisha Reporter https://ift.tt/2As46Jn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages