ବିଜେପିର ପ୍ରଶ୍ନ: ରାଜ୍ୟରେ ଗଣତନ୍ତ୍ରବିରୋଧୀ ଅଭିଯାନର ଖଳନାୟକ କିଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବିଜେପିର ପ୍ରଶ୍ନ: ରାଜ୍ୟରେ ଗଣତନ୍ତ୍ରବିରୋଧୀ ଅଭିଯାନର ଖଳନାୟକ କିଏ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମାଟିରେ ଗଣତନ୍ତ୍ରର ହତ୍ୟା ଓ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଯେଉଁ ଅଭିଯାନ ଚାଲିଛି ତାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିବା ସହ ରାଜ୍ୟରେ ଚାଲିଥିବା ଗଣତନ୍ତ୍ରବିରୋଧୀ ଅଭିଯାନର ଖଳନାୟକ କିଏ ବୋଲି ପ୍ରଶ୍ନ କରିଛନ୍ତି।

ଆଜି ଏକ ପ୍ରେସ୍ ରିଲିଜରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଯେଭଳି ବାରମ୍ବାର ଆକ୍ରମଣ ହେଉଛି ଓ ସରକାରବିରୋଧୀ ମନ୍ତବ୍ୟ ଦେଲେ ତାଙ୍କୁ ମାରିଦିଆଯିବ ବୋଲି ଧମକ ଦିଆଯାଉଛି, ତାହା ଅତ୍ୟନ୍ତ ଉଦବେଗର ବିଷୟ। ଶ୍ରୀ ସ୍ୱାଇଁଙ୍କ ଉପରେ ଶାସକ ଦଳ ପକ୍ଷରୁ ହେଉଥିବା ଆକ୍ରମଣକୁ ଓଟିଭି କାହିଁକି ବାରମ୍ବାର ଦେଖାଉଛି ବୋଲି କହି ଓଟିଭିକୁ ଧମକ ଦିଆଯାଉଛି। ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଓ ଲୋକବିରୋଧୀ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବାରୁ ଗଣମାଧ୍ୟମ, ବିଶେଷକରି ଓଟିଭି, ଏବେ ସରକାରଙ୍କ କ୍ରୋଧର ଶିକାର ହୋଇଛି। ଓଟିଭିକୁ ଶାସକ ଦଳର ଜଣେ ସାଂସଦ ଧମକ ଦେବାପରେ ସରକାରଙ୍କ ଅସଲ ସ୍ୱରୂପ ପଦାରେ ପଡ଼ିଛି। ଆଗକୁ କ’ଣ ହେବ ବୁଝିବେ ଓ ଆମର ସେଥିରେ କିଛି କହିବାର ନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ଶାସକ ଦଳର ସାଂସଦ କହିବା ସହ ଓଟିଭିକୁ ଖୋଲା ଧମକ ଦେଉଛନ୍ତି।

ତେବେ ସରକାରଙ୍କୁ ପ୍ରଶ୍ନ ହେଉଛି ଏ ଯେଉଁ ଗଣତନ୍ତ୍ର ବିରୋଧୀ ଅଭିଯାନ ରାଜ୍ୟରେ ଚାଲିଛି ତା’ର ଖଳନାୟକ କିଏ? ଏସବୁ ପ୍ରସଙ୍ଗ ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଛି। ଶ୍ରୀ ହରିଚନ୍ଦନ ଆଜି ରାଜ୍ୟ ସରକାରଙ୍କୁ ସତର୍କ କରାଇ କହିଛନ୍ତି ଯେ ଗଣତନ୍ତ୍ରକୁ ହତ୍ୟା କରିବାର ପ୍ରଚେଷ୍ଟା ସବୁବେଳେ ବିପଦଜ୍ଜନକ। ସରକାର ନିଜର ଆଭିମୁଖ୍ୟ ନବଦଳାଇଲେ ଓ ଏଭଳି ଗଣତନ୍ତ୍ରବିରୋଧୀ ଅଭିଯାନରୁ ଓହରି ନଗଲେ ରାଜ୍ୟରେ ଏକ ବ୍ୟାପକ ଗଣଆନ୍ଦୋଳନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଦ୍ୱାରା ଖାରବେଳଙ୍କ ଉପରେ ଆଳି ଓ ରାୟଗଡ଼ାର କାଶୀପୁରରେ ଆକ୍ରମଣ ହେଲା। ଡାକ୍ତର ଦାମୋଦର ରାଉତ ସରକାରଙ୍କ ବିରୋଧରେ କହିଲାବେଳେ ତାଙ୍କ ସଭାରେ ବିଶୃଙ୍ଖଳା ସୃଷ୍ଟି କରାଯାଉଛି।ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ସରକାରଙ୍କ କାର୍ଯ୍ୟକ୍ରମକୁ ସମାଲୋଚନା ଓ ପ୍ରଶାସନ ହାତରେ ସରକାର କିଭଳି କ୍ରୀଡ଼ନକ ସାଜିଛନ୍ତି, ସେକଥା କହିଲାବେଳେ ତାଙ୍କ ଉପରେ ବି ଆକ୍ରମଣ ହେଉଛି। ଗଣତାନ୍ତ୍ରିକ ଆନ୍ଦୋଳନ କରୁଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ପୁଲିସ ଲଗାଇ ଦମନ କରାଗଲା, ଚାଷୀଙ୍କୁ ରାଜଧାନୀରେ ପୁରାଇ ଦିଆଗଲାନି।ଏଭଳି କରି ସରକାର ଲୋକଙ୍କ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରିଛନ୍ତି। ସରକାରଙ୍କର ଏଭଳି ଗଣତନ୍ତ୍ରବିରୋଧୀ କାର୍ଯ୍ୟ ଓ ଦମନଲୀଳାକୁ ସବୁପ୍ରକାରେ ବିରୋଧ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।



from Odisha Reporter https://ift.tt/2KzLewO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages