
ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ରକ୍ତ ସଂପର୍କକୁ ଭୁଲି ଗଲେ। ପୁଅ ସହ ମିଶି ଭାଇକୁ ମାରି ଦେଲେ।
ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁରେ।
ମୃତକଙ୍କ ନାଁ ଶୁମଦୀ ନାୟକ (୪୫)।
ପୁଲିସ୍ ଅଭିଯୁକ୍ତ ବାପାପୁଅ କୁଆଁର ନାଏକ ଓ ଡୁକା ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ହତ୍ୟାକାଣ୍ଡ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଜମିବାଡ଼ି କନ୍ଦଳକୁ ନେଇ ଶୁମଦୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ନିଜ ଘର ନିକଟରେ ବାପପୁଅ ଶୁମଦୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ।
from Odisha Reporter https://ift.tt/2D7VOto
No comments:
Post a Comment