
ବ୍ରିସବେନ୍: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୧୭୪ ରନ୍ର ଟାର୍ଗେଟ ମିଳିଛି। ଡିଏଲ୍ ନିୟମ ଅନୁଯାୟୀ, ଏହି ଟାର୍ଗେଟକୁ ଟିମ୍ ଇଣ୍ଡିଆ ୧୭ ଓଭର୍ରେ ହାସଲ କରିବ।
କିନ୍ତୁ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି କେମିତି ଏକ ସହଜ କ୍ୟାଚ୍କୁ ହାତଛଡ଼ା କରିଥିଲେ, ତା’ର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିସହ ଏକ ମିସ୍ଫିଲ୍ଡ ମଧ୍ୟ ବିରାଟ୍ ଆଜି କରିଛନ୍ତି, ଯେଉଁଥିପାଇଁ ଅଷ୍ଟ୍ରେଲିଆକୁ ଅତିରିକ୍ତ ୩ ରନ୍ ମିଳିଛି।
ମ୍ୟାଚ୍ର ୪ର୍ଥ ଓଭର୍ରେ ପ୍ରଥମେ ବିରାଟ୍ କ୍ୟାଚ୍ ହାତଛଡ଼ା କରିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ବ୍ୟାଟିଂ କରୁଥିବା ବେଳେ ଯଶପ୍ରୀତ ବୁମ୍ରା ବୋଲିଂ କରିଥିଲେ। ବୁମ୍ରାଙ୍କ ଏକ ବଲ୍କୁ ଫିଞ୍ଚ୍ ଶର୍ଟ କଭର୍ରେ ଖେଳିଥିଲେ। ଏହା ସିଧା ବିରାଟ୍ଙ୍କ ପାଖକୁ ଯାଇଥିଲା। ହେଲେ ଜଣେ ଭଲ ଫିଲ୍ଡରର ପରିଚୟ ପାଇଥିବା ବିରାଟ୍ ଏହାକୁ ହାତଛଡ଼ା କରିଥିଲେ।
ପରବର୍ତ୍ତୀ ସମୟରେ ଫିଞ୍ଚ ୨୭ ରନ୍ କରି କୁଲଦୀପ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହି ଘଟଣାର ଭିଡିଓକୁ କ୍ରିକେଟ୍ ଅଷ୍ଟ୍ରେଲିଆ ଟ୍ୱିଟରରେ ଛାଡ଼ିବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି।
କେବଳ ମ୍ୟାଚ୍ର ୪ର୍ଥ ଓଭର୍ରେ ନୁହେଁ, ମ୍ୟାଚ୍ର ୧୩ ତମ ଓଭର୍ରେ ମଧ୍ୟ ବିରାଟ୍ଙ୍କ ଏକ ଖରାପ ଫିଲ୍ଡିଂ ଦେଖିବାକୁ ମିଳିଥିଲା। ମାର୍କସ ଷ୍ଟୋଇନିସ୍ ଏକ ବଲ୍କୁ ମିଡ୍ ୱିକେଟ୍ ଅଞ୍ଚଳରେ ଖେଳିଥିଲା। ଏଥିରେ ୧ ରନ୍ ହେବା କଥା କିନ୍ତୁ ବିରାଟ୍ଙ୍କ ଭୁଲ ଯୋଗୁ ଅଷ୍ଟ୍ରେଲିଆକୁ ୩ ରନ୍ ମିଳିଥିଲା।
A big moment early at the Gabba! #AUSvIND@GilletteAU #CloseMatters pic.twitter.com/lhVkqwU4Cj
— cricket.com.au (@cricketcomau) November 21, 2018
from Odisha Reporter https://ift.tt/2PGVlWD
No comments:
Post a Comment