‘ଜଗଦମ୍ୱା’କୁ ପିଟିଲା ଟ୍ରକ୍‌, ୧୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

‘ଜଗଦମ୍ୱା’କୁ ପିଟିଲା ଟ୍ରକ୍‌, ୧୫ ଆହତ

ବଣାଇ(ଓଡ଼ିଶା ରିପୋର୍ଟର): ଗତକାଲି ମହାନଦୀ ପୋଲ ଉପରୁ ବସ୍‌ ଖସି ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରାଉରକେଲାରୁ ଅନୁଗୋଳ ଜିଲ୍ଲା ପାଲଲହଡାକୁ ଯାଉଥିବା ବେଳେ ଲହୁଣୀପଡ଼ା ଥାନା ଖୁଟୁଗାଁ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ଫଳରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

୩୦ ଜଣ ଯାତ୍ରୀଙ୍କୁ ଧରି ‘ଜଗଦମ୍ୱା’ ବସ୍‌ଟି ପାଲଲହଡ଼ା ଅଭିମୁଖେ ଆସୁଥିଲା। ଖୁଟୁଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀଙ୍କୁ ଉଦ୍ଧାର କରି ବିଭିନ୍ନ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ବସ୍‌ ଓ ଟ୍ରକ୍‌ ଚାଳକଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।



from Odisha Reporter https://ift.tt/2R5vzYN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages