
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମାଲେଗାଓଁ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ଆବେଦନର ଶୁଣାଣି ଏଣିକି ବମ୍ବେ ହାଇକୋର୍ଟ କରିବେ।
ଆଜି ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣେଲ ପୁରୋହିତ ତାଙ୍କୁ ମାଲେଗାଓଁ ବିସ୍ଫୋରଣ ଘଟଣାରେ ଫସାଯାଇଥିବା ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାର ଶୁଣାଣି ଉପରେ ରୋକ୍ ଲଗାଇବାକୁ ଆବେଦନ କରିଛନ୍ତି।
ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆସନ୍ତ ୨୧ ତାରିଖରେ କର୍ଣ୍ଣେଲ ପୁରୋହିତଙ୍କ ଆବେଦନର ଶୁଣାଣି କରିବାରୁ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି।
ନଭେମ୍ବର ୨ରେ ସ୍ୱତନ୍ତ୍ର କୋର୍ଟ କର୍ଣ୍ଣେଲ ପୁରୋହିତ ଓ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/2RWhWe8
No comments:
Post a Comment