ଆସ କରିବା ଏତେ ବୋବାଲ୍, ଓଡ଼ିଶା ନାଁ ହେବ ଗ୍ଲୋବାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଆସ କରିବା ଏତେ ବୋବାଲ୍, ଓଡ଼ିଶା ନାଁ ହେବ ଗ୍ଲୋବାଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଟିଜର୍‌ ଭିଡିଓ ଛଡ଼ାଯାଇଛି। ଏହାକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ଗୁଡ଼ିକରେ ଶେୟାର କରିଛନ୍ତି। ଓଡ଼ିଶାର ଗାଁ ଗହଳୀଠାରୁ ଆରମ୍ଭ କରି ସହରରେ ବର୍ତ୍ତମାନ ବିଶ୍ୱକପ୍‌ ପାଇଁ ଥିବା ହକି ଫିଭର୍‌କୁ ଦର୍ଶାଇବା ପାଇଁ ଏହି ଭିଡିଓକୁ ଛଡ଼ା ଯାଇଛି।

ଏଥିରେ ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହକି ବିଶ୍ୱକପ୍‌କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ଓଡ଼ିଶାର ନାଁକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରିବା ଏହି ଭିଡିଓ ତଥା ଇଭେଣ୍ଟର ମୂଳ ଲକ୍ଷ୍ୟ। ଏହି ଭିଡିଓରେ ଥିବା ଗୀତଟିକୁ ପ୍ରଖ୍ୟାତ ବଲିଉଡ୍‌ ସିଙ୍ଗର ମିକା ସିଂହ ଗାଇଛନ୍ତି।

ଏଥିସହ ଓଡ଼ିଶାର ପାରମ୍ପରିକ ଲୋକ ସଂଗୀତକୁ ଏଥିରେ ସ୍ଥାନ ଦିଆଯାଇଛି। ଏହାବାଦ୍‌ ଉଭୟ ଖେଳାଳି ଏବଂ ଦର୍ଶକଙ୍କୁ ଉତ୍ସାହିତ କରିବାକୁ ଏଥିରେ ସମ୍ବଲପୁରୀ ବାଦ୍ୟର ଛୁଙ୍କ ମଧ୍ୟ ଦିଆଯାଇଛି। ଓଡ଼ିଶାବାସୀ ଟିମ୍‌ ଇଣ୍ଡିଆର ହକି ଟିମ୍‌ ପାଇଁ ଚିୟର କରିବାକୁ ପ୍ରସ୍ତୁତ ରହିଥିବା ଭିଡିଓରେ ଦେଖାଇବାକୁ ଚେଷ୍ଟା କରାଯାଇଛି।

ଏହି ଭିଡିଓଟି ଏବେ ସୋଶାଲ୍‌ ମିଡିଆରେ ଶେୟାର ହେବା ଲାଗିଛି।



from Odisha Reporter https://ift.tt/2JKP8m8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages