ସିପିଏମ୍‌ର ପ୍ରଶ୍ନ: ମେକ୍ ଇନ୍ ଓଡ଼ିଶା ଏକ ଧୂଆଁ ବାଣ ହେବ କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ସିପିଏମ୍‌ର ପ୍ରଶ୍ନ: ମେକ୍ ଇନ୍ ଓଡ଼ିଶା ଏକ ଧୂଆଁ ବାଣ ହେବ କି

make in odisha

ଭୁବନେଶ୍ୱର (ଓଡିଶା ରିପୋର୍ଟର) : ରାଜ୍ୟ ସରକାରଙ୍କ ଆଡ଼ମ୍ବରପୂର୍ଣ୍ଣ ‘ମେକ ଇନ ଓଡ଼ିଶା’ ଅଭିଯାନ ଏକ ଧୂଆଁବାଣରେ ପରିଣତ ହେବ ବୋଲି ସିପିଆଇ(ଏମ) ଦଳ ଆଶଙ୍କା ପ୍ରକାଶ କରିଛି। ଦଳ ପକ୍ଷରୁ ଓଡିଶା ରାଜ୍ୟ କମିଟିର ସମ୍ପାଦକମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ଆଜି ଏକ ପ୍ରେସ ବିବୃତି ଜାରି କରି ଏହାକୁ ମେକ ଇନ ଇଣ୍ଡିଆ ଭଳି ଏକ ଭେଳିକି ବୋଇଲ କହିବା ସଙ୍ଗେସଙ୍ଗେ ଏହା ନିଯୁକ୍ତିଭିତ୍ତିକ ନହେଲେ ରାଜ୍ୟବାସୀଙ୍କ ହିତରେ ଆସିବ ନାହିଁ ବୋଇଲ କହିଛନ୍ତି।

ବିବୃତିରେ କୁହାଯାଇଛି, “ଓଡିଶା ସରକାରଙ୍କ ଉଦ୍ୟମରେ ଓଡିଶାରେ ଶିଳ୍ପପତିମାନଙ୍କ ମେଳା ବହୁ ଆଡମ୍ବରରେ ସଂଗଠିତ କରାହୋଇଛି। ଦୁଇ ବର୍ଷ ପୂର୍ବେ ୨୦୧୬ରେ ମଧ୍ୟ ଏଭଳି ଏକ ଶିଳ୍ପପତିଙ୍କ ମେଳା ସଂଗଠିତ କରାଯାଇଥିଲା ଓ ଦେଶର ବଡ ବଡ ଶିଳ୍ପପତିମାନେ ଦୁଇଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବେ ବୋଲି କହିଛନ୍ତି ବୋଲି ରାଜ୍ୟବାସୀଙ୍କୁ ସରକାର ଜଣାଇଥିଲେ। ଏହି ବିନିଯୋଗ ଫଳରେ ପ୍ରାୟ ଦେଢଲକ୍ଷ ନିଯୁକ୍ତି ମିଳିବ ବୋଲି ସରକାର ଘୋଷଣା କରିଥିଲେ। ମାତ୍ର କେତେ ପୁଞ୍ଜି ନିବେଶ କରାଗଲା ଓ କେତେ ଲୋକ ନିଯୁକ୍ତି ପାଇଲେ ?”

“ଏଥର ସମ୍ମିଳନୀ ପରେ ମୂଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଆମ ରାଜ୍ୟରେ ୪ ଲକ୍ଷ ୧୯ ହଜାର ୫୭୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ଓ ପାଞ୍ଚ ଲକ୍ଷ ଲୋକ ନିଯୁକ୍ତି ପାଇବେ। ଆମ ରାଜ୍ୟରେ ଯେତେ ବୃହତ୍ ଧରଣର ପ୍ରକଳ୍ପ ହୋଇଛି ସେଗୁଡିକରୁ ଅଧିକାଂଶ ହେଉଛି ସରକାରୀ ଉଦ୍ୟୋଗ, ଘରୋଇ ପୁଞ୍ଜିପତିମାନେ କେବଳ ଜମି ଓ ଖଣି ନେବାକୁ ଆସୁଛନ୍ତି। ଓଡିଶାରେ ଗୋଟିଏ ବି ମ୍ୟାନୁଫାକ୍ଚରିଂ ଶିଳ୍ପ ପ୍ରତିଷ୍ଠା କରାଯାଇନାହିଁ। ଓଟିଏମ୍ ଓ ବିଟିଏମ୍ ଭଳି କାରଖାନା ଲୋପ ହୋଇଯାଇଛି। କୋଣାର୍କ ଟି.ଭି ଓ କୋଣାର୍କ ଘଣ୍ଟା କାରଖାନା ବି ଆଉ ନାହିଁ।”

“ରାଜ୍ୟର ୫ କୋଟି ଲୋକଙ୍କ ପାଇଁ ଲୁଗା କାରଖାନାଟିଏ କାହିଁକି କରାଯାଉନାହିଁ ? ଲକ୍ଷ ଲକ୍ଷ ସାଇକେଲ୍, ସ୍କୁଟର, ମୋଟର ସାଇକେଲ୍, ଅଟୋ ବ୍ୟବହାର ହେବା ବେଳେ ସେ ସବୁ କାହିଁକି ଆମ ରାଜ୍ୟରେ, ଉତ୍ପାଦିତ ହେଉନାହିଁ ? ତେଲ, ସାବୁନ କାରଖାନାଟିଏ ବି ନାହିଁ। ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ସୃଷ୍ଟି ହେଲେ ସେଥିରେ ଅଧିକ ଲୋକ ନିଯୁକ୍ତି ପାଆନ୍ତେ। ଜଙ୍ଗଲଜାତ ଦ୍ରବ୍ୟ ଭିତ୍ତିକ ଶିଳ୍ପର ବିକାଶ ଦରକାର। କୃଷି କ୍ଷେତ୍ରରେ ନିଯୁକ୍ତି କମିଯିବା ପରେ ସେ ସବୁ ବଳକା ଶ୍ରମିକ ଏବେ କରିବେ କ’ଣ ? ସେମାନଙ୍କ ନିଯୁକ୍ତି ସମ୍ପର୍କରେ ସରକାର ଯୋଜନା କରିବା ଆବଶ୍ୟକ।”

“ରାଉରକେଲା ଇସ୍ପାତ କାରଖାନାରେ ବର୍ଷକୁ ୨ ମିଲିୟନ ଟନ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ ୩୨ ହଜାର ଶ୍ରମିକ କାମ କରୁଥିଲେ। ଏବେ ୬ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ବେଳେ ଶ୍ରମିକମାନଙ୍କ ସଂଖ୍ୟା ହ୍ରାସ ପାଇ ୧୩ ହଜାରରେ ପହଞ୍ଚିଛି। ଅଧିକ ପୁଞ୍ଜି ନିବେଶ କଲେ ଯେ ନିଯୁକ୍ତି ବଢ଼ିବ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଓଡିଶାରୁ ଲକ୍ଷ ଲକ୍ଷ ଲୋକ କାମ ପାଇବା ପାଇଁ ଅନ୍ୟ ରାଜ୍ୟକୁ ପଳାଉଛନ୍ତି। ସେମାନେ ଅଣ କୁଶଳୀ, ଅର୍ଦ୍ଧ କୁଶଳୀ ବା କୁଶଳୀ ଶ୍ରମିକ। ରାଜ୍ୟର ଏହି ଶ୍ରମିକମାନଙ୍କୁ କିପରି ରୋଜଗାର ଦିଆଯାଇ ପାରିବ ତାହାର ବାସ୍ତବ ଯୋଜନା ନକରି, ଶିଳ୍ପପତି ମାନଙ୍କ ହାତରେ ରାଜ୍ୟର ଜମି ଓ ଖଣିକୁ ଟେକି ଦେଲେ, ରାଜ୍ୟର ସର୍ବନାଶ ଘଟିବ।”

” ଓଡିଶାରେ ଶିଳ୍ପ ଗଢ଼ିଉଠିବା ସମସ୍ତେ ଚାହାଁନ୍ତି। କାରଣ ଶିଳ୍ପ ଗଢ଼ିଉଠିଲେ ନିଯୁକ୍ତି ମିଳିବ ଓ ଭିତ୍ତିଭୂମି ସୁଦୃଢ଼ ହେବ। ମାତ୍ର ଅତି ନଗଣ୍ୟ ନିଯୁକ୍ତି ସୃଷ୍ଟି କରିପାରୁଥିବା ଓ ବେଶି ମୁନାଫା କରୁଥିବା ଶିଳ୍ପ ଗଢ଼ିଲେ ରାଜ୍ୟବାସୀଙ୍କର କ’ଣ ଲାଭ ହେବ ? ମେକ୍ ଇନ୍ ଓଡିଶା ଏକ ଭେଳିକି ଯେମିତି ମେକ୍ ଇନ୍ ଇଣ୍ଡିଆ। ନବୀନ ପଟ୍ଟନାୟକ, ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଯାଉଛନ୍ତି।”

“କୃଷକମାନଙ୍କୁ ଲାଠି ମାରି ରାଜଧାନୀକୁ ପ୍ରବେଶ କରିବାକୁ ଦେଲେ ନାହିଁ। ଅଥଚ ପୁଞ୍ଜିପତିମାନଙ୍କୁ ବନ୍ଧୁ ଚର୍ଚ୍ଚା କରିବାରେ ସାମାନ୍ୟ ତ୍ରୁଟି କଲେ ନାହିଁ। ଚାଷୀଙ୍କ ସହ ଆଲୋଚନା କଲେ ନାହିଁ। ମାତ୍ର ଶିଳ୍ପପତିଙ୍କ ସହ ଭୁରିଭୋଜନ କଲେ। ଓଡ଼ିଶାର ଖଣି, ପାଣି ଓ ଜମିକୁ ଶିଳ୍ପପତିମାନଙ୍କ ହାତକୁ ଟେକିଦେଲେ, ରାଜ୍ୟବାସୀ ତାହାକୁ ଗ୍ରହଣ କରିବେ କି ?”

ଶେଷରେ ଶ୍ରୀ ପତି କହିଛନ୍ତି-“ରାଜ୍ୟର ବିକାଶ ପାଇଁ ଓଡିଶାର ଅର୍ଥନୀତିବିତ୍, ବୁଦ୍ଧିଜୀବୀ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା କରି ଓଡିଶାର ବିକାଶ ପାଇଁ ପଦକ୍ଷେପ ନେଲେ ତାହା ହିଁ ବାସ୍ତବ ସମସ୍ୟାର ସମାଧାନ କରିପାରିବ। ଓଡିଶାରେ ଏଭଳି ଶିଳ୍ପ ପ୍ରତିଷ୍ଠାନ ସବୁ ଗଢି ଉଠିବା ଦରକାର ଯେଉଁଠି ସଂଖ୍ୟାଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ପାଇବେ।”



from Odisha Reporter https://ift.tt/2K5LdjT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages