
ଆବଶ୍ୟକ ସାମଗ୍ରୀ: ଚିକେନ, ଗୋଟା ଧନିଆ , କଞ୍ଚା ଲଙ୍କା, ଅଦା-ରସୁଣ ବଟା, ପିଆଜ କଟା, ତେଲ, ଭୃସଙ୍ଗ ପତ୍ର, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ନଡିଆ ରସ, ଲେମ୍ବୁ ରସ ଓ ଲୁଣ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲଭାବେ ପରିଷ୍କାର କରି ଧୋଇ ଲୁଣ ଓ ଲେମ୍ବୁରସ ଗୋଳେଇ କିଛି ସମୟ ରଖିଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଭୃସୁଙ୍ଗ ପତ୍ର, କଞ୍ଚାଲଙ୍କା, ଧନିଆ ପକାଇ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍ ହୋଇଗଲେ ଏଥିରେ ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ ଓ ଲଙ୍କାଗୁଣ୍ଡ ପକାଇ ଭଲଭାବେ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲେ ଏଥିରେ ଚିକେନ ପକାନ୍ତୁ। ଚିକେନ୍ ଉପରେ ଟିକେ ଧନିଆ ଗୁଣ୍ଡ ଦେଇ କିଛି ସମୟ କଷନ୍ତୁ। ଏବେ ଅଳ୍ପ ନଡିଆ ରସ, ଲେମ୍ବୁରସ, ପକାଇ ଆଉ ୧୦ ମିନିଟ୍ କଷିବା ପରେ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଲେମନ୍ ଚିକେନ୍। ଏହାକୁ ଗରମ ରୁଟି କିବା ନାନ୍ ସହିତ ପରଷନ୍ତୁ।
from Odisha Reporter https://ift.tt/2FqjLPr
No comments:
Post a Comment