
ନୂଆଦିଲ୍ଲୀ: ଭାରତରେ ଫାଶୀ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍ କି ନୁହେଁ ତାକୁ ନେଇ ଜାରି ରହିଥିବା ଆଲୋଚନା ଓ ବାକ୍ଯୁଦ୍ଧ ଉପରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ୨:୧ ରାୟରେ ଦେଶରେ ମୃତ୍ୟୁଦଣ୍ଡ କାଏମ ରହିବ ବୋଲି କହିଛନ୍ତି।
ଏହି ଖଣ୍ଡପୀଠରେ ଜଷ୍ଟିସ୍ କୁରିଏନ୍ ଯୋଜେଫ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ହେମନ୍ତ ଗୁପ୍ତା ରହିଥିଲେ। ଛତିଶଗଡ଼ର ଟ୍ରିପଲ ମର୍ଡର ଘଟଣାରେ ପୂର୍ବରୁ ଫାଶୀ ପାଇଥିବା ଦୋଷୀର ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଖଣ୍ଡପୀଠରେ ଥିବା ସବୁଠାରୁ ବରିଷ୍ଠ ବିଚାରପତି ଜଷ୍ଟିସ୍ ଯୋଜେଫ ଲ’ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରି କହିଥିଲେ, “ ସମାଜକୁ ଅପରାଧ ମୁକ୍ତ କରିବା ପାଇଁ ମୃତ୍ୟୁଦଣ୍ଡର ବିକଳ୍ପ ରହିଛି। କୋର୍ଟରେ ଶୁଣାଣି ସାଧାରଣତଃ ଜନତାଙ୍କ ରାୟ ଓ ସାମୂହିକ ଦାବି ଉପରେ କରାଯାଉଛି। ଏଥିପାଇଁ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କ ସପକ୍ଷରେ ରାୟ ଦେବାକୁ କୋର୍ଟଙ୍କ ଉପରେ ଚାପ ମଧ୍ୟ ସୃଷ୍ଟି କରିଥାଆନ୍ତି। ତେଣୁ ମୃତ୍ୟୁଦଣ୍ଡ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।
କିନ୍ତୁ ଖଣ୍ଡପୀଠର ଅନ୍ୟ ଦୁଇ ଜଣ ବିଚାରପତି ଏଥିରେ ସହମତି ହୋଇ ନଥିଲେ। ଫଳରେ ୨:୧ ନିଷ୍ପତ୍ତିରେ ମୃତ୍ୟୁଦଣ୍ଡକୁ କାଏମ ରଖାଯାଇଛି।
from Odisha Reporter https://ift.tt/2P9i8VX
No comments:
Post a Comment