ସଚିନଙ୍କ ଏହି ରେକର୍ଡ ଭାଙ୍ଗିବାକୁ ବିରାଟ୍‌ଙ୍କ ପାଖରେ ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ସଚିନଙ୍କ ଏହି ରେକର୍ଡ ଭାଙ୍ଗିବାକୁ ବିରାଟ୍‌ଙ୍କ ପାଖରେ ସୁଯୋଗ

ଆଡିଲେଡ୍‌: ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ପୁଣି ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ସୃଷ୍ଟି ହୋଇଛି। ଆସନ୍ତା ଡିସେମ୍ବର ୬ରୁ ଅଷ୍ଟ୍ରେଲିଆ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ୍‌ରେ ବିରାଟ୍‌ ଏହି ସୁଯୋଗ ପାଇବେ। ଯଦି ସେ ରେକର୍ଡ କରିପାରିଲେ, ତା’ହେଲେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେବେ।

ବିରାଟ୍‌ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ଅଷ୍ଟ୍ରେଲିଆ ମାଟିରେ ୫ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ବିରାଟ୍‌ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲଙ୍କର ରେକର୍ଡ ଭାଙ୍ଗିବାଠାରୁ ମାତ୍ର ଦୁଇଟି ଶତକ ପଛରେ ରହିଛନ୍ତି।

ସଚିନ୍‌ ପ୍ରଥମ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ଅଷ୍ଟ୍ରେଲିଆ ମାଟିରେ ୬ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ଆଜି ଯାଏ କୌଣସି ଭାରତୀୟ ଏହି ରେକର୍ଡକୁ ଭାଙ୍ଗି ପାରିନାହାନ୍ତି। କିନ୍ତୁ ବିରାଟ୍‌ ଏହାକୁ ଭାଙ୍ଗିବାର ଏବେ ସୁଯୋଗ ପାଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ୨୦ଟି ଟେଷ୍ଟ୍‌ରେ ୧୮୦୯ ରନ୍‌ ହାସଲ କରିଛନ୍ତି। କିନ୍ତୁ ବିରାଟ୍‌ ଅଷ୍ଟ୍ରେଲିଆରେ ଏଯାଏ ୮ଟି ଟେଷ୍ଟ ଖେଳିଥିବା ବେଳେ ୯୯୨ ରନ୍‌ କରିଛନ୍ତି।

ବିରାଟ୍‌ ଓ ସୁନୀଲ ଗାଭାସ୍କର ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ଅଷ୍ଟ୍ରେଲିଆ ମାଟିରେ ୫ଟି ଲେଖାଏ ଟେଷ୍ଟ ଶତକ ହାସଲ କରିଛନ୍ତି। ଏମାନଙ୍କ ପଛକୁ ଭିଭିଏସ୍‌ ଲକ୍ଷ୍ମଣ ୪ଟି ଶତକ ହାସଲ କରିଛନ୍ତି। ସେହିପରି ମହିନ୍ଦର ଅମରନାଥ ଅଷ୍ଟ୍ରେଲିଆ ବିପକ୍ଷ ୮ଟି ମ୍ୟାଚ୍‌ରେ ୨ଟି ଶତକ କରିଛନ୍ତି।



from Odisha Reporter https://ift.tt/2QotQ3s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages