ବିଷ୍ଣୁଙ୍କ କମଳା ପ୍ରେମ: ସରକାର ସବୁ ଜାଣି ଲୁଚାଉଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ବିଷ୍ଣୁଙ୍କ କମଳା ପ୍ରେମ: ସରକାର ସବୁ ଜାଣି ଲୁଚାଉଛନ୍ତି?

bishnu

ଭୁବନେଶ୍ୱର (ରମେଶ ରଥ): ଓମଫେଡ୍‌ କ୍ଷୀର ପାଉଚ୍ କିଣା ଦୁର୍ନୀତି ହେଉ କି ମିନେରାଲ ମିକଶ୍ଚର ଅବା ଭେଟନାରୀ ଡ୍ରଗ୍ସ କେମିକାଲ ଯୋଗାଣଠୁ ଧରି ଘାସ ମଞ୍ଜି ଘୋଟଲା ପର୍ଯ୍ୟନ୍ତ- ସବୁଠି କମଳାକାନ୍ତ ତ୍ରିପାଠୀଙ୍କ ମାଲିକାନାରେ ଥିବା ‘କମଳା ଏଜେନ୍ସୀ’ର ରହିଛି ସିଧାସଳଖ ଲିଙ୍କ୍। କିଏ ଏ କମଳା ଏଜେନ୍ସୀ? କାହିଁକି ସବୁ ସମୟରେ ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀ, ଯେତେବେଳେ ଯେଉଁ ବିଭାଗର ଦାୟିତ୍ୱ ନିଅନ୍ତି, ସେହି ବିଭାଗର ଅଧିକାଂଶ ଯୋଗାଣ ଦାୟିତ୍ୱ କମଳା ଏଜେନ୍ସିକୁ ମିଳିଯାଏ? କମଳାଙ୍କ ସହ ଏ ଅମଲାଙ୍କର କ’ଣ ରହିଛି ସମ୍ପର୍କ? ଏବେ ଏହାକୁ ନେଇ ଉଠୁଛି ପ୍ରଶ୍ନ।

ରାଜ୍ୟରେ ଚାଷୀଙ୍କୁ ୨୧ କୋଟି ୩୮ ଲକ୍ଷ ଟଙ୍କାର ମିନି କିଟ୍ ଯୋଗାଇଛି କମଳା ଏଜେନ୍ସି। ମିନି କିଟ୍ ବିଭିନ୍ନ ଜିଲ୍ଲାକୁ ପଠାଇବାରେ ଖର୍ଚ୍ଚ ହୋଇଛି ୪୪ ଲକ୍ଷ ୫୯ ହଜାର ଟଙ୍କା। ଏହି ମିନି କିଟ୍‌ରେ ଥିଲା ସୁଦୁ ନକଲି ଘାସ ବିହନ। ପୂର୍ବରୁ ଓମ୍‌ଫେଡ଼କୁ କ୍ଷୀର ପାଉଚ୍, ମିନେରାଲ୍ ମିକଶ୍ଚର ଓ ଗାଈ ବାଛୁରୀଙ୍କ ପାଇଁ ମେଡିସିନ୍‌ ବି ଯୋଗାଇଛି ଏହି କମଳା ଏଜେନ୍ସୀ, ଯାହାକୁ ନେଇ ଗଣମାଧ୍ୟମର ତନାଘନା ପରେ ପଦାକୁ ଆସିଥିଲା ଜଣେ ବଡ଼ ଅଫିସରଙ୍କ ଲିଙ୍କ୍। ଏଠି ପ୍ରଶ୍ନ ଉଠୁଛି, ବିଷ୍ଣୁପଦ ସେଠୀ ଯେତେବେଳେ ଯେଉଁ ବିଭାଗରେ ମୁଖିଆ ରହିଛନ୍ତି, ସେହି ବିଭାଗର ବିଭିନ୍ନ ଯୋଜନାରେ ସାମଗ୍ରୀ ଯୋଗାଣ ପାଇଁ କଟକର କମଳା ଏଜେନ୍ସୀକୁ କେମିତି ଦାୟିତ୍ୱ ମିଳୁଛି। ୟା ପଛରେ କି ରହସ୍ୟ ରହିଛି, ତାହା ପଦାକୁ ଆସିଲେ ସଂପୃକ୍ତ ଅଫିସରଙ୍କ ଅସଲ ମୁଖା ଖୋଲିପାରିବ।

ପୂର୍ବରୁ ଓମ୍‌ଫେଡ଼ କ୍ଷୀର ପାଉଚ ଦୁର୍ନୀତିରେ ମଧ୍ୟ ସାମ୍ନାକୁ ଆସିଥିଲା ଏହି ‘କମଳା ଏଜେନ୍ସୀ’ ଓ ସଂପୃକ୍ତ ଅମଲାଙ୍କ ଭିତିରି ସମ୍ପର୍କ। ଗୁଜୁରାଟର ଆଇଡିଏନ୍‌ସି ନାମକ ଏକ ସଂସ୍ଥାରୁ କ୍ଷୀର ପାଉଚ୍ ପ୍ରତି କିଲୋଗ୍ରାମ୍ ପିଛା ୧୯୩ ଟଙ୍କା ୧୬ ପଇସାରେ କିଣା ଯାଉଥିଲା ବେଳେ, ହଠାତ୍ କଟକର କମଳା ଏଜେନ୍ସୀଠାରୁ ସେହି ଏକା ମାନର ଜିନିଷକୁ କେଜି ପିଛା ୨୩୭ ଟଙ୍କା ୮୩ ପଇସାରେ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ଅଫିସର। ଫଳରେ ଦୈନିକ ୨ ଲକ୍ଷ ୭୦ ହଜାର ଟଙ୍କାର କ୍ଷତି ସହିଥିଲା ଓମ୍‌ଫେଡ୍‌। କ୍ଷତି ବଢ଼ି ବଢ଼ି ୨୪ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ଖାଲି କ୍ଷୀର ପାଉଚ୍‌ରେ ନୁହେଁ, ଗାଈ ବାଛୁରୀଙ୍କ ପାଇଁ ‘ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା’ରେ ଆସିଥିବା ଦାନା, ମିନେରାଲ୍ ମିକ୍ସର ଓ ମେଡିସିନ ଅନୁଦାନ ଟଙ୍କା ବି ଛାଡ଼ ପାଇନି। ଏ ମିଳାମିଶା ଷଡ଼ଯନ୍ତ୍ର ଯୋଗୁ ସରକାରଙ୍କ ନିଜସ୍ୱ କାରଖାନା ଥାଇବି ଏକ ପ୍ରାଇଭେଟ୍ ଏଜେନ୍ସୀଠାରୁ ଏସବୁ କିଣା ଯାଇଥିଲା। ତେବେ ବାବୁଙ୍କ କାରନାମାକୁ ନେଇ ସରକାର କିନ୍ତୁ ବେଫିକର।

ଠିକ୍ ସେହିପରି ନିମ୍ନମାନର ଔଷଧ ଓ ମିନେରାଲ କିଣି ଗାଈ, ବାଛୁରୀଙ୍କ ସ୍ୱାସ୍ଥ୍ୟ ସହ ଯେଉଁ ଖେଳ ଖେଳାଯାଇଛି ସେଥିରେ ହୋଇଥିବା ଫନ୍ଦିର ଖୁଲାସା କରିଛନ୍ତି ଖୋଦ୍ ପୂର୍ବତନ କୃଷୀମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି ଯେ, ୨୦୦୯-୧୦ ମସିହାରେ ସେ ମନ୍ତ୍ରୀ ଥିବାବେଳେ, କମଳା ଏଜେନ୍ସୀକୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା କଥା ଧରିଥିଲେ।

ରାଜ୍ୟବାସୀଙ୍କ ମନରେ ଏବେ ପ୍ରଶ୍ନ, ଏବେକାର ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ସହ କମଳା ଏଜେନ୍ସୀର ରହିଛି କି ଭିତିରି ସମ୍ପର୍କ? ଗୋଟିଏ ପରେ ଗୋଟିଏ ସାଂଘାତିକ ଘୋଟାଲାର ପ୍ରମାଣ ସତ୍ତ୍ୱେ ବି କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ବସିଛନ୍ତି ସରକାର? ସରକାର ପରୋକ୍ଷରେ ଘୋଟାଲା ଅର୍ଥରେ ଭାଗ ବସାଇ ନାହାନ୍ତି ତ? ଏନେଇ ପୂର୍ବତନ ମତ୍ସ୍ୟ ଓ ପଶୁ ସଂପଦ ସଚିବ ଓ ନିର୍ଦ୍ଦେଶକ ମୁହଁ ଖୋଲିନଥିବା ବେଳେ ସଂପୃକ୍ତ କମଳା ଏଜେନ୍ସୀ ବି ଧରାଛୁଆଁ ଦେଉନି।



from Odisha Reporter https://ift.tt/2OFbciZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages