ଆଇପିଏଲ୍‌ ୨୦୧୯: ଏହି ୧୦ ଖେଳାଳିଙ୍କୁ ଛାଡ଼ିଦେଲା ‘ମୁମ୍ବାଇ ଇଣ୍ଡିଆନ୍ସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଆଇପିଏଲ୍‌ ୨୦୧୯: ଏହି ୧୦ ଖେଳାଳିଙ୍କୁ ଛାଡ଼ିଦେଲା ‘ମୁମ୍ବାଇ ଇଣ୍ଡିଆନ୍ସ’

ମୁମ୍ବାଇ: ୨୦୧୯ ଆଇପିଏଲ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ ଜଣ ଖେଳାଳିଙ୍କୁ ଏଥର ନିଜ ପାଖରେ ରଖିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଏହି ୧୦ ଜଣଙ୍କ ମଧ୍ୟରେ ଏକାଧିକ ଅନ୍ତର୍ଜାତୀୟ ଷ୍ଟାର ଖେଳାଳି ରହିଛନ୍ତି।

ଅନ୍ୟପକ୍ଷରେ ଦଳ ୨୦୧୯ ଆଇପିଏଲ୍‌ ପାଇଁ ପୂର୍ବ ସଂସ୍କରଣର ୧୮ ଜଣ ଖେଳାଳିଙ୍କୁ ନିଜ ପାଖରେ ରଖିଛି। ସବୁଥର ଭଳି ଏଥର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପୂର୍ବରୁ ଦଳ ଅଷ୍ଟ୍ରେଲିଆ ଅଲରାଉଣ୍ଡର ବେନ୍‌ କଟିଙ୍ଗଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା।

କିନ୍ତୁ ଦଳ ତାଙ୍କୁ ନିଜ ପାଖରେ ରଖିଛି। ଦଳ ୧୧ ଜଣ ଭାରତୀୟ ଖେଳାଳି ଓ ୭ ଜଣ ବିଦେଶୀ ଖେଳାଳିଙ୍କୁ ସ୍କ୍ୱାଡରେ ରଖିଛି। ସେହିପରି ୬ ଜଣ ଭାରତୀୟ ଖେଳାଳି ଓ ୪ ଜଣ ବିଦେଶୀ ଖେଳାଳିଙ୍କୁ ଛାଡ଼ିବାକୁ ଦଳ ନିଷ୍ପତ୍ତି ନେଇଛି।

କାହାକୁ ରଖିଲା: ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, ଇଶାନ୍‌ କିଷନ, ସୂର୍ଯ୍ୟ କୁମାର ଯାଦବ, ମୟଙ୍କ ମାର୍କେଣ୍ଡ, ରାହୁଲ ଚହର, ଅଙ୍କୁଲ ରୟ, ସିଦ୍ଧେଶ ଲାଡ, ଆଦିତ୍ୟ ତାରେ, କ୍ୱିଣ୍ଟନ୍‌ ଡିକ୍‌କ, କାଏରନ୍‌ ପୋଲାର୍ଡ, ବେନ୍‌ କଟିଙ୍ଗ, ମିଚେଲ୍‌ ମ୍ୟାକ୍ଲାଘାନ, ଆଦାମ ମିଲେନ, ଜାସନ ବେହରନଡ୍ରଫ୍‌ ଓ ଇର୍ଭିନ୍‌ ଲୁଇସ।

କାହାକୁ ଛାଡ଼ିଲା: ସୌରଭ ତିୱାରୀ, ପ୍ରଦୀପ ସାଙ୍ଗୱାନ, ମୋହିସିନ ଖାନ୍‌, ଏମ୍‌ଡି ନିଦ୍ଧେଶ, ଶରଦ ଲମ୍ବା, ତେଜିନ୍ଦର ସିଂହ ଧିଲନ, ଜେପି ଡୁମିନି, ପାଟ୍‌ କମିନ୍ସ, ମୁସ୍ତାଫିଜୁର ରେହମାନ ଓ ଅକିଲା ଧନଞ୍ଜୟ।



from Odisha Reporter https://ift.tt/2B7KsEk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages