
ବେଜିଂ: ଚୀନ୍ର ଏକ ଗୃହ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା କମ୍ପାନୀ ଖରାପ ପ୍ରଦର୍ଶନ ପାଇଁ କର୍ମଚାରୀଙ୍କୁ ଦିଆଯାଉଥିବା ତାଲିବାନୀ ଦଣ୍ଡର ପର୍ଦ୍ଦାଫାସ ହୋଇଛି। ଯଦି କୌଣସି କର୍ମଚାରୀ ଠିକ୍ ଭାବେ କାମ ନ କରନ୍ତି, ତା’ହେଲେ ସେମାନଙ୍କୁ ଦଣ୍ଡ ସ୍ୱରୂପ ପରିସ୍ରା ପିଇବାକୁ ଦିଆଯିବା ସହ ଅସରପା ମଧ୍ୟ ଖାଇବାକୁ ଦିଆଯାଉଛି। କେତେକ କ୍ଷେତ୍ରରେ ବେଲ୍ଟରେ ମାଡ଼ ମଧ୍ୟ ଖାଇବାକୁ ପଡ଼ୁଛି।
ଏସବୁ ବାଦ୍ ଜଣେ କର୍ମଚାରୀଙ୍କୁ ଦିଆଯାଇଥିବା କାମ ଯଦି ସେ ଠିକ୍ ଭାବେ ନ କରନ୍ତି, ତା’ହେଲେ ତାଙ୍କୁ ନଣ୍ଡା ମଧ୍ୟ କରି ଦିଆଯାଏ। ନଚେତ୍ ସମ୍ପୃକ୍ତ କର୍ମଚାରୀଙ୍କ ମାସକ ଦରମା ମଧ୍ୟ ବନ୍ଦ କରାଯିବା ଭଳି ଦଣ୍ଡ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତ କର୍ମଚାରୀଙ୍କୁ ତାଙ୍କ ସହଯୋଗୀମାନଙ୍କ ଆଗରେ ହିଁ ଏଭଳି ଦଣ୍ଡ ଦିଆଯାଉଛି। ଯଦି ଜଣେ କର୍ମଚାରୀ ଚମଡ଼ା ଜୋତା କିମ୍ବା ୟୁନିଫର୍ମ ନପିନ୍ଧି ଅଫିସ ଆସେ,ତା’ହେଲେ ତାଙ୍କୁ ଆମେରକୀୟ ୭.୨୦ ଡଲାର ଜୋରିମାନା ଦେବାର ନିୟମ ମଧ୍ୟ ରହିଛି।
ଗୁହିଝୋହୁର ଦକ୍ଷିଣ ପଶ୍ଚିମ ପ୍ରଦେଶରେ ଥିବା ଏକ କମ୍ପାନୀରେ ଦିଆଯାଉଥିବା ଏଭଳି ଦଣ୍ଡକୁ ବିରୋଧ କରି ଚାକିରି ଛାଡ଼ିଥିବା ଜଣେ କର୍ମଚାରୀ ଏଭଳି ଖୁଲାସା କରିଛନ୍ତି। ତେବେ ଏଭଳି ଦଣ୍ଡ ବିଧାନ ସତ୍ତ୍ୱେ କିଛି କର୍ମଚାରୀ କମ୍ପାନୀରେ ଚାକିରି କରିବାକୁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।
from Odisha Reporter https://ift.tt/2qByj4e
No comments:
Post a Comment