ସାଵରୀମାଲା ବିବାଦ: ବିଜେପିର ରଥଯାତ୍ରା ବନାମ କଂଗ୍ରେସର ପଦଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ସାଵରୀମାଲା ବିବାଦ: ବିଜେପିର ରଥଯାତ୍ରା ବନାମ କଂଗ୍ରେସର ପଦଯାତ୍ରା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ସବୁ ବୟସର ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ଦେଇଥିଲେ ହେଁ ଆଜି ଯାଏ ବିରୋଧ ଯୋଗୁ ୧୦ ରୁ ୫୦ ବର୍ଷ ବୟସର କୌଣସି ମହିଳା ଏହା ମଧ୍ୟକୁ ପ୍ରବେଶ କରିପାରିନାହାନ୍ତି। କେରଳ ଅଧିକାଂଶ ଲୋକ ସୁପ୍ରିମକୋର୍ଟଙ୍କ ନିୟମକୁ ବିରୋଧ କରୁଛନ୍ତି। ଏବେ ଲୋକଙ୍କ ଏହି ଆକ୍ରୋଶକୁ ଆଧାର କରି ଉଭୟ ବିଜେପି ଓ କଂଗ୍ରେସ ନିଜର ଭୋଟ୍‌ ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଜେପି “ସେଭ୍‌ ସାବରୀମାଲା ରଥଯାତ୍ରା” ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କଂଗ୍ରେସ ସମଗ୍ର କେରଳରେ ସାବରୀମାଲା ସୁରକ୍ଷା ପାଇଁ ପଦଯାତ୍ରା ଆରମ୍ଭ କରିଛି।

ବିଜେପିର କାସରଗୋଡ଼ଠାରୁ ପାଥନମିଥିଟ୍ଟା ପର୍ଯ୍ୟନ୍ତ ରଥ ଯାତ୍ରାକୁ ଦଳର ବରିଷ୍ଠ ନେତା ବିଏସ୍‌ ୟେଦ୍ଦୁରପ୍ପା ପତାକା ଦେଖାଇ ଆରମ୍ଭ କରିଛନ୍ତି। ସେ କହିଛନ୍ତି, “ ଆମ ଦଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରୁନାହିଁ। କିନ୍ତୁ ଲୋକ ଭାବନା ସମ୍ପର୍କରେ ମଧ୍ୟ ସୁପ୍ରିମକୋର୍ଟ ଜାଣିବା ଦରକାର। ବିଜେପି ଲୋକଙ୍କ ଭାବନାକୁ ସମ୍ମାନ କରୁଥିବାରୁ ଏଭଳି ରଥଯାତ୍ରା ଆରମ୍ଭ କରିଛି। ୯୦ ପ୍ରତିଶତ ମହିଳା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ତେଣୁ ଆମର କର୍ତ୍ତବ୍ୟ ହେଉଛି ଲୋକଙ୍କ ସହ ମିଶି ଏହାକୁ ବିରୋଧ କରିବା।”

କେରଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାରି ରହିଥିବା ଉତ୍ତେଜନା ପାଇଁ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କୁ ଦାୟୀ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ପଦଯାତ୍ରା ଏକାକାଳୀନ ୫ଟି ସ୍ଥାନରେ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି କେ ସୁଧାକରନ୍‌ କାସରଗୋଡ଼ଠାରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରିବେ। କାସରଗୋଡ଼ ବ୍ୟତୀତ ଆଲପ୍ପୁଝା,ପାଲାକ୍କଡ଼ ଓ ରାଜଧାନୀ ଥିରୁଭନନ୍ତପୁରମ୍‌ରେ ମଧ୍ୟ ଦଳ ପକ୍ଷରୁ ପଦଯାତ୍ରା କରାଯିବ। କଂଗ୍ରେସ ପକ୍ଷରୁ ବିଜେପିର ରଥଯାତ୍ରାକୁ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି। ଏଥିସହ ଆର୍‌ଏସ୍‌ଏସ୍‌ ହିଁ ରାଜ୍ୟରେ ସାବରୀମାଲାକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଛି ବୋଲି କଂଗ୍ରେସର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି।

ଶହଶହ ବର୍ଷ ଧରି ସାବରୀମାଲାକୁ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଥିଲା। ତେବେ ସୁପ୍ରିମକୋର୍ଟ ଏହି କଟକଣାକୁ ହଟାଇ ଦେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ମନ୍ଦିରରେ ପ୍ରଚଳିତ ଥିବା ପାରମ୍ପରିକ କଟକଣା ସପକ୍ଷରେ ବାହାରି ବହୁ ସଂଖ୍ୟକ ଲୋକ ମହିଳାଙ୍କୁ ମନ୍ଦିର ଭିତରକୁ ଛାଡ଼ୁନାହାନ୍ତି।



from Odisha Reporter https://ift.tt/2z08hwi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages