
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚୋରି ଅଭିଯୋଗରେ ଗିରଫ ଯୁବକକୁ କୋର୍ଟ ଚାଲାଣ ପାଇଁ ପୁଲିସ ଆଣୁଥିଲା। ମାତ୍ର ଅଧାରାସ୍ତାରେ ପୁଲିସକୁ ଚକ୍ମା ଦେଇ ନଦୀକୁ ଡେଇଁ ପଡ଼ିଛି ଅଭିଯୁକ୍ତ ଯୁବକ। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ତାକୁ ଖୋଜୁଛନ୍ତି। ମାତ୍ର ତା’ର ପତ୍ତା ମିଳିନଥିବା ଜଣାପଡ଼ିଛି।
ରାଉରକେଲା ଟିମ୍ବର କଲୋନୀରେ ରହୁଥିବା କୁନ୍ଦନ ସାହୁ ଶୁକ୍ରବାର ରାତିରେ କିଛି ସାଥୀଙ୍କ ସହ ଟ୍ରେନରେ ଝାରଖଣ୍ଡର ଚକ୍ରଧରପୁର ଯାଇଥିଲା। ସେଠାରେ ସେ ନନ୍ଦପଡ଼ାର ଭୋଲୁ କର୍ମକାରଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଭୋଲୁଙ୍କ ପରିବାର ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ। ତେବେ ତା’ର ଅନ୍ୟ ସାଥୀମାନେ ସେଠାରୁ ଚମ୍ପଟ ମାରିଥିଲେ।
ଆଜି ଅପରାହ୍ନରେ କୁନ୍ଦନଙ୍କୁ ପୁଲିସ ଧରି କୋର୍ଟ ଚାଲାଣ ପାଇଁ ଆଣୁଥିଲା। ଏହି ସମୟରେ କୁନ୍ଦନ ପୁଲିସ ହାତରୁ ଖସିଯାଇ ନଦୀକୁ ଡେଇଁ ପଡ଼ିଥିଲା । ନଦୀରେ ପାଣି ଅଧିକ ଥିବାରୁ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନିଖୋଜ କୁନ୍ଦନକୁ ଠାବ କରିବାରେ ସମସ୍ୟା ଦେଖା ଦେଇଛି।
from Odisha Reporter https://ift.tt/2zqUjE1
No comments:
Post a Comment