
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଥିବା “ ମି ଟୁ” ଜାଲରେ ଫସି ମନ୍ତ୍ରୀ ପଦ ହରାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଏମ୍ଜେ ଆକବରଙ୍କ ସପକ୍ଷରେ ଆଜି ଜଣେ ମହିଳା ସାମ୍ବାଦିକ ଯୁକ୍ତି ବାଢ଼ିଛନ୍ତି। ଏମ୍ଜେ ଜଣେ ଜେଣ୍ଟଲମ୍ୟାନ୍ ଓ ସେ କାମକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ମହିଳା ସାମ୍ବାଦିକ ଜୟୀତା ବାସୁ କୋର୍ଟରେ କହିଛନ୍ତି।
ସାମ୍ବାଦିକ ପ୍ରିୟା ରମାନୀ ଏମ୍ଜେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହାପରେ ଏମ୍ଜେ ତାଙ୍କ ନାଁରେ ମାନହାନି ମାମଲା କରିଛନ୍ତି। ଆଜି କୋର୍ଟରେ ଏହାର ଶୁଣାଣି ବେଳେ ଶ୍ରୀମତୀ ବାସୁ ଏମ୍ଜେଙ୍କ ସାକ୍ଷୀ ଭାବେ ବୟାନ ଦେଇଥିଲେ। ସେ କହିଥିଲେ, “ମୁଁ ୧୯୯୮ରୁ ଆକବରଙ୍କୁ ଜାଣିଛି। ସେ ସର୍ବଦା ଜଣେ ସାଧାସିଧା ମଣିଷ ଭଳି ବ୍ୟବହାର କରିବା ସହ ପ୍ରଫେସନାଲ୍ ବ୍ୟକ୍ତିଙ୍କ ଭଳି କାର୍ଯ୍ୟ କରିଥାଆନ୍ତି। ସେ ଜଣେ ଟାସ୍କ ମାଷ୍ଟର। ଖବରକାଗଜ ସାମ୍ବାଦିକତାରେ କେମିତି କାମ କରିବାକୁ ହୁଏ, ସେ ମୋତେ ଶିଖାଇଥିଲେ।
“ଆକବର ଜଣ ଭଲ ଶିକ୍ଷକ। ଖବର ପ୍ରଡକସନଠାରୁ ଆରମ୍ଭ କରି ଷ୍ଟୋରୀ ଚୟନ ଏବଂ ଲେଆଉଟ୍ ମଧ୍ୟ ସେ ମୋତେ ଶିଖାଇଥିଲେ। ଏମ୍ଜେ କେବଳ ଜଣେ ଭଲ ବ୍ୟକ୍ତି ନଥିଲେ, ସେ ଥିଲେ ଜଣେ ଦକ୍ଷ ସାମ୍ବାଦିକ ଓ ଲେଖକ ମଧ୍ୟ। ଅଭିଯୋଗକାରୀ ପ୍ରିୟା ରମାନି କେବଳ ଏମ୍ଜେଙ୍କ ଲୋକପ୍ରିୟତାକୁ ସହ୍ୟ କରି ନପାରି ତାଙ୍କ ବିରୋଧରେ ଟ୍ୱିଟ୍ରେ ମତଦେଇଛନ୍ତି। ମୁଁ ତାଙ୍କ ସହ ୨୦ ବର୍ଷ କାମ କରିଛି, ହେଲେ ଆଜି ଯାଏ କେବେ ହେଲେ ତାଙ୍କ ବିଷୟରେ ଖରାପ କଥା ଶୁଣି ନଥିଲି।”
କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ରେ କରିବେ। ସେଦିନ ଆଉ ଜଣେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ।
from Odisha Reporter https://ift.tt/2ODTb4k
No comments:
Post a Comment