
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ବିବାଦର ଜରୁରୀ ଶୁଣାଣି ନିମନ୍ତେ ହୋଇଥିବା ଏକ ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ମୂଳ ଆବେଦନର ଶୁଣାଣି ଜାନୁଆରୀରେ କରିବାକୁ ଦିନ ଧାର୍ଯ୍ୟ କରିଥିବାରୁ ଏବେ ଏହାର ଜରୁରୀ ଶୁଣାଣି କରାଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ଏସ୍କେ କୌଲଙ୍କ ଖଣ୍ଡପୀଠ କହିଛନ୍ତି।
ଅଖିଲ ଭାରତ ହିନ୍ଦୁ ମହାସଭା ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ବରୁଣ କୁମାର ସିହ୍ନା ଏପରି ଜରୁରୀ ଆବେଦନ ପାଇଁ ନିବେଦନ କରିଥିଲେ। ଏହାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, “ ଆମେ ପୂର୍ବରୁ ଅଯୋଧ୍ୟା ଜମି ବିବାଦ ସଂକ୍ରାନ୍ତରେ ରୁଲିଂ ଦେଇସାରିଛୁ। ଏହାର ପରବର୍ତ୍ତୀ ଶୁଣାଣି ଜାନୁଆରୀରେ କରାଯିବ। ତେଣୁ ବର୍ତ୍ତମାନର ଆବେଦନକୁ ଖାରଜ କରାଯାଉଛି।”
ସର୍ବୋଚ୍ଚ ଅଦାଲତ ରାମଜନ୍ମ ଭୂମି-ବାବ୍ରୀ ମସଜିଦ୍ ଜମି ବିବାଦର ଶୁଣାଣି ଏକ ନିର୍ଦ୍ଦିଷ୍ଟ ଖଣ୍ଡପୀଠଙ୍କ ଦ୍ୱାରା ଜାନୁଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି କହିଥିଲେ। ଏହି ଖଣ୍ଡପୀଠ ହିଁ ମାମଲାର ଶୁଣାଣି କେମିତି ଏବଂ କେଉଁଭଳି ସ୍ଥିତିରେ ହେବ, ତାହା ସ୍ଥିର କରିବେ।
from Odisha Reporter https://ift.tt/2QxseBq
No comments:
Post a Comment