
ସୁନ୍ଦରଗଡ(ବିଜୟ ବରୁଆ): ବିସ୍ଫୋରଣରେ ଟିପ୍ପର ସହ ଚାଳକ ଉଡ଼ିଗଲେ। ଆଜି ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ କଲଡା ମହାନଦୀ କୋଲ୍ଫିଲ୍ଡ୍ ଲିମିଟେଡ (ଏମ୍ସିଏଲ୍)ରେ ଓପନ୍ କାଷ୍ଟ ମାଇନ୍ସରେ ଘଟିଛି। ମାତ୍ର ଗାଡ଼ି ଚାଳକଙ୍କ ପରିଚୟ ମିଳିପାରିନାହିଁ। ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଖାମ୍ଖିଆଲ୍ ନୀତି ପାଇଁ ଏପର ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଡ୍ରାଇଭରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।
ଓପନ୍ କାଷ୍ଟ ମାଇନ୍ସରେ କୋଇଲା ଉତ୍ତୋଳନ ପୂର୍ବରୁ ବ୍ଲାଷ୍ଟିଂ କରାଯାଇଥାଏ। ତେବେ ବ୍ଲାଷ୍ଟିଂ ପୂର୍ବରୁ ଏହି ଓପନ୍ କାଷ୍ଟ ମାଇନ୍ସ ଭିତରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଥାଏ। ଏପରିକି ସାଧାରଣରେ ଅବଗତି ନିମନ୍ତେ ସାଇରନ୍ ବଜା ଯାଇଥାଏ। ତେବେ ଆଜି ଏପର କିଛି ପୂର୍ବ ସଙ୍କେତ ନଦେଇ ଏମ୍ସିଏଲ୍ କର୍ତ୍ତୃପକ୍ଷ ବ୍ଳାଷ୍ଟିଂ କରିଥିଲେ। ସେତେବେଳକୁ ମାଇନ୍ସ ଭିତରେ ଏକ ଟିପ୍ପର ପ୍ରବେଶ କରିସାରିଥିଲା। ଫଳରେ ଟିପ୍ପର ଓ ଚାଳକ ବିସ୍ଫୋରଣରେ ଉଡ଼ି ଯାଇଛନ୍ତି। ସେମାନଙ୍କର ପତ୍ତା ମିଳୁ ନାହିଁ। ଏପରିକି ପାଖରେ ଛିଡ଼ା ହୋଇଥିବା ଦୁଇଟି ଟିପ୍ପର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
from Odisha Reporter https://ift.tt/2DFFWi0
No comments:
Post a Comment