ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ, ୭ ବର୍ଷର ଝିଅକୁ ମାରିଦେଲା ସାବତ ମାଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ, ୭ ବର୍ଷର ଝିଅକୁ ମାରିଦେଲା ସାବତ ମାଆ

ପାଟଣାଗଡ (ବଂଶୀଧର ସେଠୀ): ସମ୍ପତ୍ତି ପାଇଁ ତୁଚ୍ଛ ହେଲା ମମତା। ଭୁଲିଗଲା ସମ୍ପର୍କ। ୭ ବର୍ଷର ଝିଅକୁ ମାରିଦେଲା ସାବତ ମାଆ। ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଛି। ଅଭିଯୋଗ ପରେ ପୁଲିସ ସାବତ ମାଆକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପତ୍ତି ଲୋଭରେ ସାବତ ମାଆ ଏପରି ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍‌ ପାଖରେ ସ୍ୱୀକାର ମଧ୍ୟ କରିଛି।

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେର। ବେପାର ବଣିଜ କରି ପରିବାର ଚଳାନ୍ତି। ସେ ବାସନ୍ତୀ ମେହେରଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଜନ୍ମ ନେଇଥିଲା ରଶ୍ମିତା। ପରେ ବାସନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିରେ ଭାଙ୍ଗି ପଡ଼ିଥିଲେ ପ୍ରଦୀପ।

ଝିଅ ରଶ୍ମିତାର ଲାଳନ ପାଳନ ପାଇଁ କୌଶଲ୍ୟାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଭାବିଥିଲେ କୌଶଲ୍ୟା ନିଜ ଝିଅ ପରି ରଶ୍ମିତାକୁ ଭଲ ପାଇବ। କିନ୍ତୁ ସେଥିତି କିଛି ନଦେଖିବାରୁ ପ୍ରଦୀପ ପ୍ରଥମ ସ୍ତ୍ରୀର ଝିଅ ରଶ୍ମିତା ନାଁରେ ସମ୍ପତ୍ତି କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହେଉଛି। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ରଶ୍ମିତାକୁ କୌଶଲ୍ୟା ହତ୍ୟା କରିଥିବା ଅଭିଯୋଗ ହେଉଛି। ମାମୁ ଶୁଭମ ମେହେରଙ୍କ ଅଭିଯୋଗ କ୍ରମେ ପୁଲିସ ରଶ୍ମିତାଙ୍କ ସାବତ ମା’ କୌଶଲ୍ୟାଙ୍କୁ ଗିରଫ କରିଛି। ଆଜି ଡାକ୍ତରୀ ମାଇନା ବେଳେ କୌଶଲ୍ୟା ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ସବୁଦିନ ପରି ଗତକାଲି ରଶ୍ମିତା ସ୍କୁଲ ଯାଇଥିଲା। ୪ଟା ବେଳେ ସ୍କୁଲରୁ ଘରକୁ ଫେରିଥିଲା। କିନ୍ତୁ ସନ୍ଧ୍ୟା ୬ଟା ପରଠାରୁ ରଶ୍ମିତାଙ୍କ ପତ୍ତା ମିଳୁନଥିଲା। ପ୍ରଦୀପ ଝିଅକୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗାଧୋଇବା ଘର ପାଣି ଟାଙ୍କିରେ ଝିଅ ରଶ୍ମିତାଙ୍କ ମୃତଦେହ ଦେଖିବାକୁ ପାଇ ବେଲପଡ଼ା ଥାନାକୁ ଖବର ଦେଇଥିଲେ ପ୍ରଦୀପ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।



from Odisha Reporter https://ift.tt/2r2JumU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages