ତେନ୍ତୁଳିରେ ରହିଛି ଏହିସବୁ ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ତେନ୍ତୁଳିରେ ରହିଛି ଏହିସବୁ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ତେନ୍ତୁଳିକୁ ଆମେ ସାଧାରଣତଃ ଖଟା କିମ୍ବା ଆଚାର ତିଆରିରେ ବ୍ୟବହାର କରିଥାଉ। ପାଟିକୁ ଖଟା ଲାଗୁଥିବା ତେନ୍ତୁଳି କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍‌ ଉପକାରୀ। ‌ତେନ୍ତୁଳିରେ ଆଇରନ୍‌, ଫାଇବର୍‌, ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ଭଳି ଭିଟାମିନ୍‌ ସାମଗ୍ରୀ ପ୍ରଚୂର ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହଯ୍ୟ କରେ। ବହୁ ବିଦେଶ ରାଷ୍ଟ୍ରରେ ତେନ୍ତୁଳିକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ।

ଏବେ ଆସନ୍ତୁ ଜାଣିବା, ତେନ୍ତୁଳି ଖାଇବା ଦ୍ୱାର ଶରୀର ପାଇଁ କ’ଣସବୁ ଲାଭ ହୋଇଥାଏ।

୧. ଜ୍ୱର ହୋଇଥିଲେ, ତେନ୍ତୁଳି ରସ ପିଇବା ଦ୍ୱାରା ଜ୍ୱର ଛାଡ଼ିଯାଏ। ତେନ୍ତୁଳିରେ ଭିଟାମିନ୍‌ ଇ’, ସି’ ଓ ବି’ ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ।

୨. ତେନ୍ତୁଳିରେ ଥିବା ପ୍ରଚୂର ମାତ୍ରାର ପୋଟାସିୟମ୍‌ ଶରୀରକୁ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ଭଳି ସମସ୍ୟାରୁ ସୁରକ୍ଷା ଦେଇଥାଏ।

୩. ତେନ୍ତୁଳି ରସ ଶରୀରରେ ଜମିଥିବା ଚର୍ବିକୁ ଦ୍ରୁତ ଗତିରେ ତରଳାଇ ଦିଏ। ତେଣୁ ଓଜନ ହ୍ରାସ ପାଇଁ ଚାହୁଁଥିଲେ. ଆପଣ ନିୟମିତ ତେନ୍ତୁଳି ରସ ଖାଆନ୍ତୁ।

୪. ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ ସହାୟକ ହୋଇଥାଏ। ଫାଇବର୍‌ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅନ୍ତଃନଳୀରେ ଥିବା ଆବର୍ଜନା ସଫା ହୋଇଯାଏ ଏବଂ ଏହାଦ୍ୱାରା ପେଟ ସଫା ରହିଥାଏ।

୫. ବଜାରରେ ତେନ୍ତୁଳିର ତେଲ ମଧ୍ୟ ବିକ୍ରି ହୁଏ। ଏହି ତେଲକୁ ମାଲିସ୍‌ କଲେ, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଓ ଫୁଲା ଆଦିରୁ ଉପଶମ ମିଳିଥାଏ।

୬. ତେନ୍ତୁଳିକୁ ପାଣିରେ ବତୁରାଇ ସେହି ପାଣି ପିଅନ୍ତୁ। ଏହି ପାଣି ଶରୀରରେ କ୍ୟାନ୍‌ସର୍‌ କୋଷିକାକୁ ବଢ଼ିବାକୁ ଦେଇ ନଥାଏ।



from Odisha Reporter https://ift.tt/2QQl8rQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages