ଭାରତ ସିରିଜ୍‌ ନ ଜିତିଲେ ଆମେ ଆଶ୍ଚର୍ଯ୍ୟ ହେବୁ, କାହିଁକି ଏମିତି କହିଲେ ଏହି ଅଷ୍ଟ୍ରେଲୀୟ କିମ୍ବଦନ୍ତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଭାରତ ସିରିଜ୍‌ ନ ଜିତିଲେ ଆମେ ଆଶ୍ଚର୍ଯ୍ୟ ହେବୁ, କାହିଁକି ଏମିତି କହିଲେ ଏହି ଅଷ୍ଟ୍ରେଲୀୟ କିମ୍ବଦନ୍ତୀ

ମେଲବର୍ଣ୍ଣ: ଆସନ୍ତା ୨୧ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏଥିପାଇଁ ବିରାଟ୍‌ ସେନା ଅଷ୍ଟ୍ରେଲିଆ ଗସ୍ତ କରିଛି। ତେବେ ଡିସେମ୍ବର ୬ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୪ଟିକିଆ ଟେଷ୍ଟ୍‌ ସିରିଜ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ଭାରତ କେବେ ହେଲେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ନଥିବାରୁ ଏଥର ବିରାଟ୍‌ ବାହିନୀ ଇତିହାସକୁ ବଦଳାଇ ପାରିବ କି ନାହିଁ, ସେନେଇ ଚାରିଆଡ଼େ ଆଲୋଚନା ଚାଲିଛି। ଏହି ଆଲୋଚନା ମଧ୍ୟରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଡେନ୍‌ ଜୋନ୍ସ ଏକ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଯଦି ଏଥର ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତି ନ ପାରିବ, ତା’ହେଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ। କାରଣ ଅଷ୍ଟ୍ରେଲିଆ ପାଖରେ ଡାଭିଡ୍‌ ୱାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥଙ୍କ ଭଳି ଖେଳାଳି ନାହାନ୍ତି। ଭାରତ ମଧ୍ୟ ଟେଷ୍ଟର ନମ୍ବର ୧ ଦଳ। ତେଣୁ ଦଳ ପାଖରେ ଏଥର ସିରିଜ୍‌ ଜିତିବାର ଅପୂର୍ବ ସୁଯୋଗ ରହିଛି ବୋଲି ସେ କହଛନ୍ତି।

କ୍ରିକେଟ୍‌ କଣ୍ଟ୍ରିକୁ ସାକ୍ଷାତକାର ଦେଇ ଜୋନ୍ସ କହିଛନ୍ତି, “ ମୁଁ ଭାବୁଛି ଟିମ୍‌ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଶ୍ଚତ ଭାବେ ସିରିଜରେ ଭଲ ପ୍ରଦର୍ଶନ କରିବେ। ଗତଥର ସେ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯଦି ସେ ଭଲ ପ୍ରଦର୍ଶନ କରିବେ, ତା’ହେଲେ ଭାରତ ନିଶ୍ଚିତ ଟେଷ୍ଟ ସିରିଜ ଜିତିପାରିବ। ଅଷ୍ଟ୍ରେଲିଆରେ ଭାରତ କେବେ ହେଲେ ଟେଷ୍ଟ ସିରିଜ୍‌ ଜିତିନି।

କିନ୍ତୁ ଏଥର ସିରିଜ ଜିତିବା ପାଇଁ ଭାରତ ପାଖରେ ସୁଯୋଗ ରହିଛି। ଯଦି ଏଥର ଭାରତ ସିରିଜ୍‌ ଜିତି ନ ପାରିବ, ତା’ହେଲେ ସମଗ୍ର ବିଶ୍ୱ ଏଥିରେ ଆଶ୍ଚର୍ଯ୍ୟଚକିତ ହେବ। ଅଶ୍ୱିନ୍‌ଙ୍କ ବ୍ୟତୀତ କୁଲଦୀପ ଯାଦବ ମଧ୍ୟ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅଡ଼ୁଆରେ ପକାଇ ପାରନ୍ତି।”

୨୦୧୪/୧୫ରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ଏହି ସିରିଜ୍‌ରେ ବିରାଟ୍‌ଙ୍କ ବ୍ୟାଟ୍ ଚାଲିଥିଲେ ହେଁ ଦଳ ୨-୦ରେ ଅଷ୍ଟ୍ରେଲିଆଠାରୁ ହାରିଥିଲା। ୪ଟିକିଆ ସିରିଜ୍ ମଧ୍ୟରୁ ପ୍ରଥମ ଦୁଇଟିରେ ଭାରତ ହାରିଯାଇଥିଲା। କିନ୍ତୁ ଶେଷ ୨ଟି ମ୍ୟାଚ୍‌ରେ ଜବରଦସ୍ତ କମ୍‌ବ୍ୟାକ୍‌ କରି ଡ୍ର ରଖିବାକୁ ସକ୍ଷମ ହୋଇଥିଲା।

ବିରାଟ୍‌ ଅଷ୍ଟ୍ରେଲିଆରେ ୮ଟି ଟେଷ୍ଟ ଖେଳିଥିବା ବେଳେ ୬୨ ହାରରେ ୯୯୨ ରନ୍‌ କରିଛନ୍ତି। ଏଥିରେ ୫ଟି ଶତକ ରହିଛି।



from Odisha Reporter https://ift.tt/2qTI6CN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages