ଏଣିକି ଖାରବେଳଙ୍କୁ ଏସ୍‌ପି ଯୋଗାଇବେ ସୁରକ୍ଷା: ଡିଜିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଏଣିକି ଖାରବେଳଙ୍କୁ ଏସ୍‌ପି ଯୋଗାଇବେ ସୁରକ୍ଷା: ଡିଜିପି

kharabela

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ମାଡ଼ ମରାଯିବା ପରେ ପୁଲିସ୍‌ ପ୍ରଶାସନ ତତ୍ପର ହୋଇ ଉଠିଛି। ଏଣିକି ଖାରବେଳ ଯେଉଁ ସ୍ଥାନକୁ ସଭାସମିତି କରିବାକୁ ଯିବେ ପୁଲିସ୍‌ ତାଙ୍କୁ ସୁରକ୍ଷା ଯୋଗାଇବ। ସମ୍ପୃକ୍ତ ଜିଲ୍ଲାର ଏସ୍‌ପି ଖାରବେଳଙ୍କ ସୁରକ୍ଷା ବ୍ୟବସ୍ଥା ବୁଝିବେ। ଏନେଇ ଡିଜିପି ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଡିଜିପିଙ୍କ ନିର୍ଦ୍ଦେଶ ଅନୁସାରେ ଖାରବେଳଙ୍କ ମିଟିଂ ବେଳେ ପୁଲିସ୍‌ ସଜାଗ ରହିବ। ଯେଉଁ ଜିଲ୍ଲାରେ ସେ  ମିଟିଂ କରିବେ, ସେଠିକାର ଏସ୍‌ପି ତାଙ୍କୁ ସୁରକ୍ଷା ଯୋଗାଇ ଦେବେ।

ଅନ୍ୟପକ୍ଷରେ ଖାରବେଳଙ୍କୁ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ପୁଲିସ ପି. ଗୋବିନ୍ଦ ରାଓ ନାମକ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକକୁ ତିନି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।

ଘଟଣା ପଛରେ ସୁମନ୍ତର କ’ଣ ଉଦ୍ଦେଶ୍ୟ ରହିଛି ଓ ସେ କେଉଁ ଦଳ ସହ ସଂପୃକ୍ତ, ସେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା କାଶୀପୁରରେ ଏକ ଖାରବେଳ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେ ମଞ୍ଚରେ ଭାଷଣ ହେଉଥିବା ବେଳେ ସୁମନ୍ତ ତାଙ୍କୁ ମାଡ଼ ମାରିଥିଲା। ଏହା ପଛରେ ଶାସକ ଦଳର ସଂପୃକ୍ତି ଅଛି ବୋଲି ଖାରବେଳ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ବିଜେପି ମଧ୍ୟ ବିଜେଡିକୁ ଟାର୍ଗେଟ କରିଥିଲା। ଆକ୍ରମଣକାରୀ ଅଭିଯୁକ୍ତ ଜଣକ ବିଜୁ ଯୁବ ବାହିନୀର ସଦସ୍ୟ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା।



from Odisha Reporter https://ift.tt/2RePTH4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages