ମୋ ମୃତ ବାପାଙ୍କୁ କାହିଁକି ରାଜନୀତିକୁ ଟାଣୁଛ, ପଚାରିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ମୋ ମୃତ ବାପାଙ୍କୁ କାହିଁକି ରାଜନୀତିକୁ ଟାଣୁଛ, ପଚାରିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ କଂଗ୍ରେସ ବାରମ୍ବାର ସମାଲୋଚନା କରିବାରେ ଲାଗିଛି। ପ୍ରଥମେ ରାଜ ବବର ପରେ ସିପି ଯୋଶୀ ଏବଂ ବିଲାସ ମୁଟ୍ଟେମୱାର ମୋଦିଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରି ସମାଲୋଚନା କରିଥିଲେ। ହେଲେ ଆଜି ଶ୍ରୀ ମୋଦି ଏହାର ଜବାବ ଦେଇଛନ୍ତି।

ବିଲାସ କହିଥିଲେ ମୋଦିଙ୍କ ବାପାଙ୍କ ନାଁକୁ କେହିବି ଜାଣିନାହାନ୍ତି। ଏହାର ଜବାବ ଦେଇ ଶ୍ରୀ ମୋଦି କହିଛନ୍ତି, ରାଜନୀତି ଭିତରକୁ ମୋ ମୃତ ବାପାଙ୍କୁ ଟାଣିବା ଠିକ୍‌ ନୁହେଁ। ରାଜନୀତିରେ ଏଭଳି ମୋ ପରିବାର ଲୋକଙ୍କୁ ଟାଣିବା ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦଳୀୟ ନେତାଙ୍କୁ ପ୍ରୋତ୍ସାହିତ କରୁଛନ୍ତି।

ମୋଦି କହିଛନ୍ତି, “ କିଛି ଦିନ ତଳେ ଜଣେ କଂଗ୍ରେସ ନେତା ମୋ ମା’ଙ୍କୁ ରାଜନୀତିକୁ ଟାଣିଥିଲେ। ମୋ ମା’ ରାଜନୀତିର ର ଅକ୍ଷର ମଧ୍ୟ ଜାଣିନାହାନ୍ତି। କ’ଣ ଏଭଳି ମନ୍ତବ୍ୟ ଦେବା ନିହାତି ଜରୁରୀ? କ’ଣ ଆପଣମାନେ ଏହା ଚାହାନ୍ତି? ଏବେ ୩୦ ବର୍ଷ ତଳେ ପରଲୋକ ଗମନ କରିଥିବା ମୋ ବାପାଙ୍କୁ କଂଗ୍ରେସ ରାଜନୀତିକୁ ଟାଣିଛି। ମୋ ପରିବାର ଜଣେ କେହି ବି କେବେ ହେଲେ ରାଜନୀତି ସହ ସମ୍ପର୍କ ରଖି ନଥିଲେ।

କ’ଣ ପାଇଁ କଂଗ୍ରେସ ମୋ ବାପାଙ୍କୁ ରାଜନୀତିକୁ ଟାଣୁଛି? ଏସବୁ ପଛରେ କଂଗ୍ରେସ ଅଧ୍ୟକ୍ଷଙ୍କ ହାତ ରହିଛି। କ’ଣ ‘ନାମଦାର'(ରାହୁଲ)ଙ୍କ ବିନା ଅନୁମତିରେ ଏଭଳି କେହି କହିପାରିବ? ସେ କହୁଛନ୍ତି, ମୁଁ ତାଙ୍କ ପରିବାର ଲୋକଙ୍କୁ ସମାଲୋଚନା କରୁଛି।

କିନ୍ତୁ ତାଙ୍କୁ ମନେରଖିବାକୁ ହେବ ଯେ ତାଙ୍କ ପୂର୍ବପୁରୁଷ ରାଜନୀତିରେ ଥିଲେ ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲେ। ଯଦି ମୋ ପରିବାର ଲୋକ ରାଜନୀତି କରୁଥାଆନ୍ତେ, ତା’ହେଲେ ତାଙ୍କୁ ସମାଲୋଚନା କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ମୋ କ୍ଷେତ୍ରରେ ତାହା ହେଇନାହିଁ।”



from Odisha Reporter https://ift.tt/2BxNthu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages