‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରେ ପୁଳା ପୁଳା ପ୍ରତିଶ୍ରୁତି: ନୂଆ କମ୍‌, ପୁରୁଣା ବେଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରେ ପୁଳା ପୁଳା ପ୍ରତିଶ୍ରୁତି: ନୂଆ କମ୍‌, ପୁରୁଣା ବେଶୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ରେ ପୁଞ୍ଜିନିବେଶର ପୁଳା ପୁଳା ପ୍ରତିଶ୍ରୁତି ମିଳିଛି। କିନ୍ତୁ ସେଥିରେ ନୂଆ କମ୍, ପୁରୁଣା ବେଶୀ। ରାଜ୍ୟରେ ଥିବା ବଡ଼ ବଡ଼ ପ୍ରକଳ୍ପର ସମ୍ପ୍ରସାରଣର ଘୋଷଣାକୁ ଦେଖି ବାରି ହୋଇପଡୁଛି ନୂଆ ପ୍ରକଳ୍ପକୁ ନ ଓହ୍ଲାଇ ପୁରୁଣାରେ ପୁଞ୍ଜିନିବେଶର ସ୍ୱପ୍ନ ଦେଖାଇବାକୁ ଚାହୁଛନ୍ତି ଶିଳ୍ପପତି।

ସ୍ୱାସ୍ଥ୍ୟକ୍ଷେତ୍ରରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ ପାଇଁ ଚାଲିଛି ମାରାଥନ୍‌ ଆଲୋଚନା। ପୁଞ୍ଜିନିବେଶକାରୀଙ୍କ ପାଖରେ ନିଜ ସଫଳତାର ଗାଥା ବଖାଣିବା ବେଳେ ‘ଆୟୁଷ୍ମାନ ଭାରତ’ ସହ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ତୁଳନା କରି ରାଜନୀତିର ଛୁଙ୍କ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା। ଆସନ୍ତା ୨- ୩ ବର୍ଷ ଭିତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେବ ୨୭୫୦ କୋଟି ଟଙ୍କା। ତେବେ ଏ ସଂପର୍କିତ ପ୍ରସ୍ତାବ ନେଇ ଆଗରୁ ଯୋଜନା ହୋଇଥିଲା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ସେପଟେ ମେକ୍-ଇନ୍-ଓଡ଼ିଶାର ପ୍ରଥମ ସଂସ୍କରଣରେ କେତେ ପ୍ରସ୍ତାବ ଆସିଥିଲା ଓ କେତେ କାର୍ଯ୍ୟକାରୀ ହୋଇଛି, ସେ ତଥ୍ୟ କିନ୍ତୁ ମନ୍ତ୍ରୀଙ୍କ ପାଖରେ ନାହିଁ।

ଅଣୁ ଓ କ୍ଷୁଦ୍ରଶିଳ୍ପ ପାଇଁ ୧୧୭୭ କୋଟିର ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି। ଏଥିରେ କେବଳ ଗୁଜରାଟରେ ପ୍ରତିଷ୍ଠିତ ଓଡ଼ିଆ ବ୍ୟବସାୟୀ ଉଦୟଶଙ୍କର ସେଠୀ ୮୦୦ କୋଟି ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବୟନଶିଳ୍ପ କ୍ଷେତ୍ରରେ ଏଥର ୧୩୭ କୋଟି ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି। ମହାକାଶ ଓ ପ୍ରତିରକ୍ଷା, କୃଷି ବ୍ୟବସାୟ, କେମିକାଲସ ଓ ପେଟ୍ରୋକେମିକାଲସ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି।

ତେବେ ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ’ର ତୃତୀୟ ଦିନ ପରେ ଏବେ ଓଡ଼ିଶା ପାଇବ କ’ଣ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗତକାଲି ଜିନ୍ଦଲ, ବେଦାନ୍ତ, ଟାଟା ଓ ସେଲ୍‌ ନିଜ ପ୍ରକଳ୍ପର ସମ୍ପ୍ରସାରଣ କରିବା କଥା କହିଛନ୍ତି। ବଡ଼ କଥା ହେଉଛି, ବେଦାନ୍ତ ଓ ଜିନ୍ଦଲ କମ୍ପାନୀ ମୁଖ୍ୟ ପୁରୁଣା ପ୍ରକଳ୍ପରୁ ଉତ୍ପାଦନ ପାଇଁ କଞ୍ଚାମାଲର ସମସ୍ୟା କଥା ଉଠାଇଥିବା ବେଳେ ସମ୍ପ୍ରସାରଣ କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷଜ୍ଞଙ୍କ ମତରେ, ଯଦି ସରକାର ଜିନ୍ଦଲ ଓ ବେଦାନ୍ତର ପ୍ରକଳ୍ପ ପାଇଁ କଞ୍ଚାମାଲ ବନ୍ଦୋବସ୍ତ ନ କରନ୍ତି ତେବେ ବୃହତ୍ ଶିଳ୍ପ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯିବ।

ତୃତୀୟ ଦିନରେ ଦକ୍ଷତା ବିକାଶ ପାଇଁ ୫ ଟି ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ସରକାର। ସେପଟେ ଏଥର ମେକ ଇନ ଓଡ଼ିଶା କନକ୍ଲେଭରେ ସରକାର ଅଢେଇ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏଯାଏ ସମୁଦାୟ କେତେ ପ୍ରତିଶ୍ରୁତି ମିଳିଛି ସେ ନେଇ ଶିଳ୍ପ ବିଭାଗ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଦେଇପାରିନାହିଁ।



from Odisha Reporter https://ift.tt/2PYkhbe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages