
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ୍ ଦଙ୍ଗାର ତଦନ୍ତ ଫାଇଲ୍ ପୁଣି ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପର କି ୨୦୧୭ରେ ଏହି ଦଙ୍ଗା ଘଟଣାରେ ଗୁଜରାଟ ହାଇକୋର୍ଟରୁ କ୍ଲିନ୍ଚିଟ୍ ପାଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୁଣି ତଦନ୍ତ ପାଇଁ ଦାବି ସମ୍ପର୍କରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଏହାର ଶୁଣାଣି ଆସନ୍ତା ସୋମବାର କରାଯିବ ବୋଲି ସର୍ବୋଚ୍ଚ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଗୁଜରାଟ ଦଙ୍ଗାରେ ମୋଦିଙ୍କୁ କ୍ଲିନ୍ଚିଟ୍ ଦିଆଯାଇଥିବାରୁ ଏହା ବିରୋଧରେ ଜାକିଆ ଜାଫ୍ରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିରେ ସେ ମୋଦି ଓ ଅନ୍ୟମାନଙ୍କୁ ଦଙ୍ଗା ପାଇଁ ଅପରାଧିକ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ। ଜାକିଆ ଜାଫ୍ରି ହେଛନ୍ତି ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଏହସାନ ଜାଫ୍ରିଙ୍କ ପତ୍ନୀ।
ଦଙ୍ଗାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୋଦିଙ୍କ ସମେତ ୫୮ ଜଣଙ୍କୁ କ୍ଲିନ୍ଚିଟ୍ ଦେଇଥିଲା। ଏହାକୁ ଗୁଜରାଟ ହାଇକୋର୍ଟ କାଏମ ରଖିଥିଲେ।
ଏହା ବିରୋଧରେ ଜାଫ୍ରି ଏବଂ ଏକ ଏନଜିଓ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଘଟଣାର ପୁନଃ ତଦନ୍ତ କରିବାକୁ ଦାବି କରିଛନ୍ତି। ଏଥିପାଇଁ ଏସ୍ଆଇଟି ଗଠନ କରିବାକୁ ମଧ୍ୟ ଦାବି ହୋଇଛି।
ଗୋଧ୍ରା ଟ୍ରେନ୍ ପୋଡ଼ି ପରେ ଶତାଧିକ ଲୋକ ୨୦୦୨ ଫେବୃଆରୀ ୨୮ରେ ମୁସଲିମ ବହୁଳ ଗୁଲବର୍ଗା ସୋସାଇଟି କଲୋନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ଏହସାନ ଜାଫ୍ରିଙ୍କ ସମେତ ୬୯ ଜଣଙ୍କ ମୃତ୍ୟୁ ଘଟିଥିଲା।
୨୦୦୬ରେ ଏହି ଘଟଣା ପଛରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦି, କିଛି ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହାର ୨ ବର୍ଷ ପରେ ସୁପ୍ରିମକୋର୍ଟ ଦେଶର ୯ଟି ବଡ଼ ଦଙ୍ଗା ଘଟଣାର ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଗୁଲବର୍ଗା ନରସଂହାର ମଧ୍ୟ ଅନ୍ତର୍ଭୁକ୍ତ ଥିଲା।
୨୦୦୯ ମସିହା ଏପ୍ରିଲ ୨୭ରେ ସୁପ୍ରିମକୋର୍ଟ ଜାଫ୍ରିଙ୍କ ଆବେଦନର ତଦନ୍ତ କରିବାକୁ ଏସ୍ଆଇଟିକୁ କହିଥିଲେ। ଏସ୍ଆଇଟି ୨୦୧୨ ମସିହା ମାର୍ଚ୍ଚରେ ମୋଦିଙ୍କ ସମ୍ପର୍କରେ ତଦନ୍ତ କରିବା ପରେ ଏହାର ଗୋଟିଏ ବର୍ଷ ପରେ କ୍ଲୋଜର ରିପୋର୍ଟ ଦାଖଲ କରିଥିଲା। ଯେଁଥିରେ ମୋଦିଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା କୁହାଯାଇଥିଲା।
from Odisha Reporter https://ift.tt/2DE2hgP
No comments:
Post a Comment