ଜାହ୍ନବୀଙ୍କୁ ଚିଡ଼େଇ ଚର୍ଚ୍ଚାରେ ଭାଇ ଅର୍ଜୁନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଜାହ୍ନବୀଙ୍କୁ ଚିଡ଼େଇ ଚର୍ଚ୍ଚାରେ ଭାଇ ଅର୍ଜୁନ୍‌

arjun

ମୁମ୍ବାଇ: ଭାଇ-ଭଉଣୀ ମଧ୍ୟରେ ଯେଉଁ ସମ୍ପର୍କ ଭରି ରହିଥାଏ ତାହା ହେଉଛି ନିଆରା। ଏକ ଅତୁଟ ବନ୍ଧନ। ସେମାନଙ୍କ ମଧ୍ୟରେ ଥିବା ସଂର୍ପକକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ। ଥଟ୍ଟା ମଜାଠୁ ଆରମ୍ଭକରି ଅଗାଢ଼ ଭଲ ପାଇବା ସେହି ସମ୍ପର୍କରେ ଲୁଚି ରହିଛି।

ଏମିତି କିଛି ଭଲ ପାଇବା ଅଭିନେତା ଅର୍ଜୁନ୍‌ କପୁର ଓ ତାଙ୍କ ଭଉଣୀ ଜାହ୍ନବୀ କପୁରଙ୍କ ମଧ୍ୟରେ ଦେଖିବାକୁ ମିଳେ।

ଅର୍ଜୁନ୍‌ ଜାହ୍ନବୀଙ୍କ ସହ ନିଜର ଅନ୍ୟ ଭଉଣୀମାନଙ୍କୁ ବି ଖୁବ୍‌ ଭଲ ପାଆନ୍ତି। ଅନେକ ସମୟରେ ନିଜ ଭଉଣୀ ଓ କଜିନ୍‌ଙ୍କ ସହ ଥିବା ସମ୍ପର୍କକୁ ସେ ଖୋଲାଖୋଲି ଶେୟାର କରନ୍ତି। ନିଜ ଭଉଣୀ ଅଂଶୁଳାଙ୍କ ଭଳି ସେ ଅନ୍ୟ କଜିନ୍‌ ଭଉଣୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ବି ସବୁଠୁ ଅଧିକ ଭଲ ପାଆନ୍ତି।

କାରଣ ଅଧିକାଂଶ ସମୟରେ ସେ ଜାହ୍ନବୀଙ୍କ ସହ ଏକାଠି ନଜର ଆସନ୍ତି। ଶୋସାଲ୍‌ ମଡିଆରେ କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ଅର୍ଜୁନ୍‌ ଜାହ୍ନବୀଙ୍କୁ ସାଥ୍‌ ଦେବା ସହ ବେଳେ ବେଳେ ତାଙ୍କୁ ଥଟ୍ଟା ମଜାରେ ଚିଡ଼େଇ ଥାନ୍ତି। ଉଭୟଙ୍କ ମଧ୍ୟରେ ଏହି ଥଟ୍ଟା-ମଜାର ଏକ ଘଟଣା ନିକଟରେ ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଛି। ଆଉ ଜାହ୍ନବୀଙ୍କୁ ଟ୍ରଲ୍‌ କରି ଚର୍ଚ୍ଚାରେ ଅଛନ୍ତି ଅର୍ଜୁନ୍‌।

ସୂଚନା ମୁତାବକ, ଏକ ଲିପ୍‌ଷ୍ଟିକ୍‌ ବ୍ରାଣ୍ଡର ବିଜ୍ଞାପନ ପାଇଁ ଜାହ୍ନବୀ କରିଥିବା ଫଟୋସୁଟ୍‌ର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଥିଲେ । ସେହି ଫଟୋରେ ସେ ଲିପ୍‌ ଷ୍ଟିକ୍‌ ଲଗାଇ ଲିପ୍‌ଷ୍ଟିକ୍‌ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟଟି ଥିଲା ବେଶ୍‌ ହଟକେ।

tweet

ଏହାକୁ ଦେଖିବା ପରେ ଅର୍ଜୁନ୍‌ ପଚାରିଥିଲେ, ‘‘ତୁମେ ମଧ୍ୟାହ୍ନ ଭୋଜନ କରି ନାହଁ ନା, ବୋଲି ପଚାରିଥିଲେ । ଏହାର ପ୍ରତି ଉତ୍ତର ଜାହ୍ନବୀ ତାଙ୍କୁ ଏକଦମ ଥଟ୍ଟା-ମଜା ଢଙ୍ଗରେ ଦେଇଥିଲେ। କହିଥିଲେ,  ‘‘ମୁଁ ଭାବୁଛି ତୁମେ ତୁମ ଜୋକ୍‌କୁ ବିଶ୍ୱ ଆଇସ୍‌କ୍ରିମ୍‌ ଦିବସ ପାଇଁ ସାଇତି ରଖ’’।



from Odisha Reporter https://ift.tt/2T0sNFt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages